କଲେଜ କ୍ୟାମ୍ପସରୁ ମିଳିଲା ଯୁବତୀଙ୍କ ମୃତଦେହ । ଘଟଣାସ୍ଥଳରେ ଇନଫୋସିଟି ଥାନା ଫୋଲିସର ତଦନ୍ତ

1,315

କନକ ବ୍ୟୁରୋ : ଜଣେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି । ଉକ୍ତ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଇନଫୋସିଟି ଥାନା ପୁଲିସ । ମିଳିଥିବା ସୂଚନା ଅନୁଯାୟୀ ଇନଫୋସିଟି ଥାନା ଅନ୍ତର୍ଗତ ସୃଷ୍ଟି ଏକାଡେମି ଅଫ ମ୍ୟାନେଜମେଣ୍ଟ ନିକଟରେ ଥିବା ଏକ ଛାତ୍ରୀନିବାସରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଉକ୍ତ ଯୁବତୀଜଣକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ଯୁବତୀଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ। ମୃତକ ଘରୋଇ କଲେଜର ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ବୋଲି ଜଣାଯାଇଛି । ଏ ନେଇ ସଂପୃକ୍ତ କଲେଜ ପକ୍ଷରୁ ଇନଫୋସିଟି ଥାନାରେ ଅଭିଯୋଗ କରାଯାଇଛି । ଘଟଣାର ତଦନ୍ତ କରୁଛି ଇନଫୋସିଟି ପୁଲିସ । ଯୁବତୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ତେବେ କେଉଁ କାରଣରୁ ସଂପୃକ୍ତ ଛାତ୍ରୀ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।