ବିକାଶକୁ ବିରୋଧ କଲେ ଗୃହକୁ ଫେରିବେନି : ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ସରଗରମ ରାଜନୀତି

596

କନକ ବ୍ୟୁରୋ : ବିକାଶକୁ ବିରୋଧ କଲେ ଗୃହକୁ ଫେରିବେନି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବିବୃତି ରଖିଛନ୍ତି । ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖି କହିଥିଲେ, ବିରୋଧୀ ବିକାଶକୁ ବିରୋଧ କରୁଛନ୍ତି । ଏହା ଜନବିରୋଧୀ । ଏବେ ପୁଣିଥରେ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନେ ବିକାଶକୁ ବିରୋଧ କରିବେ ସେମାନେ ଆଉ ଗୃହକୁ ଫେରିପାରିବେନି । ଯାହାକୁ ନେଇ ଏବେ ସରଗରମ ହୋଇଛି ରାଜ୍ୟ ରାଜନୀତି ।

ଗୁରୁବାର ଦ୍ୱିତୀୟାର୍ଦ୍ଧରେ ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ସେ କହିଥିଲେ, ଆଇନ ଶୃଙ୍ଖଳା ଉପରେ ଦିନ ରାତି ଏକ କରି କାମ କରୁଛି ପୋଲିସ । ହେଲେ କର୍ତବ୍ୟରତ ମହିଳା ପୋଲିସକୁ ନିର୍ଯାତନା ଦିଆଯାଉଛି । ଏପରି କହି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ସମାଲୋଚନା କରିଥିବା କୁହାଯାଉଛି । ତେବେ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ନବୀନ କହିଛନ୍ତି ।