ପିଲାଙ୍କୁ ପଢାଇଲେ ବଲାଙ୍ଗୀର ଜିଲ୍ଲାପାଳ : ପ୍ରଶ୍ନ ପଚାରିବା ସହ ସନ୍ଦେହ ଦୂର କଲେ ଚଞ୍ଚଳ ରଣା

139

କନକ ବ୍ୟୁରୋ : ପିଲାଙ୍କୁ ବିଜ୍ଞାନ ପଢ଼ାଇଲେ ଜିଲ୍ଲାପାଳ । ପିଲାଙ୍କୁ ପ୍ରଶ୍ନ ପଚାରିବା ସହ ବିଷୟ ବସ୍ତୁରେ ଥିବା ସନ୍ଦେହ ଦୂର କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ଜନଶୁଣାଣି କାର୍ଯ୍ୟକ୍ରମ ପାଇଁ ବଲାଙ୍ଗୀରରୁ ବାହାରି ଆଗଲପୁର ଯାଉଥିଲେ ଜିଲ୍ଲାପାଳ । କିନ୍ତୁ ରାସ୍ତାରେ ହଠାତ ବଡ଼ଟିକା ଗାଁର ଧରଣୀଧର ହାଇସ୍କୁଲକୁ ଗସ୍ତ କରିଥିଲେ । ଦଶମ ଶ୍ରେଣୀ କ୍ଲାସ ଆରମ୍ଭ ହେଉଥିବା ବେଳେ ପିଲାମାନେ ବିଜ୍ଞାନ ପଢ଼ୁଥିଲେ ।

ଜିଲ୍ଲାପାଳ ଶ୍ରେଣୀକୁ ଯାଇ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । କିଛି ପିଲା ଉତ୍ତର ଦେଇଥିବା ବେଳେ ଅଧା ପିଲା ଉତ୍ତର ଦେଇ ପାରିନଥିଲେ । ତାପରେ ନିଜେ ପିଲାଙ୍କୁ ବିଜ୍ଞାନ ପଢ଼ାଇଥିଲେ ଜିଲ୍ଲାପାଳ । ଏହା ସହ ବିଷୟବସ୍ତୁ ଉପରେ ପିଲାଙ୍କ ସନ୍ଦେହ ଦୂର କରିଥିଲେ ଜିଲ୍ଲାପାଳ । ଜିଲ୍ଲାପାଳ ନିଜର ବ୍ୟସ୍ତ ବହୁଳ ଜୀବନରେ ପିଲାଙ୍କୁ ଏଭଳି ଶିକ୍ଷା ଦେବା ଏବେ ପ୍ରଶଂସାର ବିଷୟ ହୋଇଛି ।