ଦୁନିଆର ସବୁଠାରୁ ଉଚ୍ଚା ବିଲଡିଙ୍ଗ ନିର୍ମାଣ କରୁଛି ସାଉଦି

ଏକ କିଲୋମିଟର ହେବ ଉଚ୍ଚତା

108

ଦୁବାଇର ବୁର୍ଜ ଖଲିଫା ଦୁନିଆର ସବୁଠାରୁ ଉଚ୍ଚତମ କୋଠା ଅଟେ । ଏହାର ଉଚ୍ଚତା ୮୨୮ ମିଟର । ସାଉଦି ଏବେ ଏକ ବିଲଡିଙ୍ଗ ତିଆରି କରୁଛି ଯାହା  ବୁର୍ଜ ଖଲିଫା ଠାରୁ ଉଚ୍ଚା ହେବାକୁ ଯାଉଛି । ଏହାର ନାମ ଜେଦ୍ଦା ଟାୱାର ।  କୌଣସି କାରଣ ବଶତଃ ଏହାର କାମ ବନ୍ଦ ରହିଥିଲା ଏବେ ପୁଣି ଥରେ ଏହା ଆରମ୍ଭ ହେବାକୁ ଯାଉଛି ।  ଏହି ଟାୱାରରେ ଏକ ହୋଟେଲ, ଅଫିସ୍ ଏବଂ ପର୍ଯ୍ୟବେକ୍ଷଣ ଟାୱାର ଅନ୍ତର୍ଭୁକ୍ତ ହେବ ।

 ଦୁନିଆର ସବୁଠାରୁ ଉଚ୍ଚତମ କୋଠା ହେଉଛି ବୁର୍ଜ ଖଲିଫା ।

ସାଉଦି ଆରବ ଏହାଠାରୁ ଅଧିକ ଉଚ୍ଚ କୋଠା ନିର୍ମାଣ କରୁଛି

ଜେଦ୍ଦା ଟାୱାର କାମ ବନ୍ଦ ହୋଇ ରହିଥିଲା । ଏବେ ପୁଣି ଆରମ୍ଭ ହେବାକୁ ଯାଉଛି ।

ରିୟାଦ: ଦୁନିଆର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ୟୁଏଇରେ ଅବସ୍ଥିତ ।  ଏହାକୁ ଟକ୍କର ଦେଇ ସାଉଦି ଆରବ ଜେଦ୍ଦା ଟାୱାର ନିର୍ମାଣ କରୁଛି । ଏହାର କାମ କିଛି ସମୟ ଧରି ବନ୍ଦ ରହିଥିଲା । ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଛି । ଏହା ବୁର୍ଜ ଖଲିଫା ଠାରୁ ୧୭୨ ମିଟର ଅଧିକ ଉଚ୍ଚ ହେବ ଏବଂ ଏହାର ଉଚ୍ଚତା ଏକ କିଲୋମିଟର (୧୦୦୦ ମିଟର) ହେବ ।  ଏହି ବିଲ୍ଡିଂ ଏବେ ପ୍ରଥମ ପର୍ଯ୍ୟାୟରେ 1.5 ବର୍ଗ କିଲୋମିଟର ସ୍ଥାନ ଉପରେ ତିଆରି ହେବ ଏବଂ ପରେ ଅଧିକ ସମ୍ପ୍ରସାରଣ ହେବାର ଯୋଜନା ଅଛି ।  ।  ଏହି ପ୍ରକଳ୍ପକୁ ଜେଦ୍ଦା ଇକୋନୋମିକ୍ ସିଟିର ବିକାଶର କେନ୍ଦ୍ରବିନ୍ଦୁ ଭାବେ ଦେଖାଯାଉଛି ।

ଆମେରିକା, ଚିକାଗୋ ସ୍ଥିତ ପ୍ରେକ୍ଟିସ ଆଡ୍ରିଆନ୍ ସ୍ମିଥ୍ ଏବଂ ଗର୍ଡନ୍ ଗିଲ୍ (AS + GG) କମ୍ପାନୀ ମରୁଭୂମିରେ ଦୁନିଆର ଏହି ଉଚ୍ଚତମ ଟାୱାରର ପରିକଳ୍ପନା କରିଥିଲେ ।  ଏହି ଟାୱାର ଅନେକ ପ୍ରକାର ବ୍ୟବହାର ଉପଯୋଗୀ ହେବ ।  ଏଥିରେ ସମସ୍ତ ଚାରୋଟି ଋତୁର ହୋଟେଲ, ଆପାର୍ଟମେଣ୍ଟ ସ୍ପେସ୍, ଅଫିସ୍ ସ୍ପେସ୍ ଏବଂ ଲୋହିତ ସାଗରକୁ ଦେଖି ହେଉଥିବା ବିଶ୍ୱର ସର୍ବୋଚ୍ଚ ପର୍ଯ୍ୟବେକ୍ଷଣ ଟାୱାର ସ୍ଥାନ ପାଇବ ।

ସେପ୍ଟେମ୍ବର ୧୩, ୨୦୨୩ରେ ମିଡିଲ୍ ଇଷ୍ଟ ବିଜନେସ୍ ଇଣ୍ଟେଲିଜେନ୍ସର ଏକ ରିପୋର୍ଟ ଅନୁଯାୟୀ, ସାଉଦି ବିନ-ଲାଡିନ୍ ଗ୍ରୁପ୍ (SBG) ଜର୍ମାନ ଫାର୍ମ ବାଉର୍ ସହିତ ସହଯୋଗରେ ଏହି ଟାୱାରର ଭିତ୍ତିପ୍ରସ୍ତର ଏବଂ ପାଇଲିଂ କାର୍ଯ୍ୟ ୨୦୧୦ରେ ପ୍ରାରମ୍ଭ  ହୋଇଥିଲା ।

ପୁନର୍ବାର ଟେଣ୍ଡର ଡକାଗଲା

ସଦ୍ୟତମ ରିପୋର୍ଟରୁ ଜଣାପଡିଛି ଯେ SBG କମ୍ପାନୀ ଏହି ପ୍ରୋଜେକ୍ଟରୁ ବାହାରି ଯାଇଛି । ତା ସ୍ଥାନରେ AS&GG ସ୍ଥାପତ୍ୟ ସଂସ୍ଥା ଭାବରେ ଯୋଗଦେଇଛି ଏବଂ ଇଞ୍ଜିନିୟରିଂ ପରାମର୍ଶଦାତା ଭାବରେ ଲେବାନନ୍ କମ୍ପାନୀ ଡାର୍ ଅଲ୍- ହଂଦାସା ଯୋଗଦେଇଛି । ଡିଜାଇନ୍ ବୁମ୍ ରିପୋର୍ଟ ଅନୁଯାୟୀ ଏହି ଟାୱାର ସଂପୂର୍ଣ୍ଣ କରିବା ପାଇଁ ଜେଦ୍ଦା ଇକୋନୋମିକ୍ ସିଟି ପୁଣି ଏକ ଟେଣ୍ଡର ଜାରି କରିଛି । ଟେଣ୍ଡର ଶେଷ ତାରିଖ ଚଳିତ ବର୍ଷ ଶେଷ ସୁଦ୍ଧା ଧାର୍ଯ୍ୟ କରାଯାଇଛି । ପାଇଲିଂ ଏବଂ ଫାଉଣ୍ଡେସନ୍ କାମ ପୂର୍ବରୁ ସମ୍ପୂର୍ଣ ହୋଇଯାଇଛି ।

ବୁର୍ଜ ଖଲିଫାର ବିଶେଷତା କ’ଣ ? 

ବର୍ତ୍ତମାନ ଦୁବାଇର ବୁର୍ଜ ଖଲିଫା ଦୁନିଆର ସବୁଠାରୁ ଉଚ୍ଚ କୋଠାର ରେକର୍ଡ ରଖିଛନ୍ତି। ଏହାର ଉଚ୍ଚତା ୮୨୮ ମିଟର ଅଟେ । ଏହି ବିଲଡିଙ୍ଗରେ ୧୬୩ ଟି ମହଲା ଅଛି । ଏହାର ନିର୍ମାଣ ୨୦୦୪ ଆରମ୍ଭ ହୋଇଥିଲା ଏବଂ ୨୦୧୦ ରେ ସମାପ୍ତ ହୋଇଥିଲା । ବୁର୍ଜ ଖଲିଫା ଭିତରେ ଦୁଇଟି ପର୍ଯ୍ୟବେକ୍ଷଣ ଡ଼େକ୍ ଅଛି । ପ୍ରଥମଟି ୧୨୪ ତମ ମହଲାରେ ଏବଂ ଦ୍ୱିତୀୟଟି ୧୪୮ ତମ ମହଲା ଉପରେ । ଏହା ମାଧ୍ୟମରେ ଦୁବାଇକୁ ଆସୁଥିବା ଲୋକମାନେ ସମଗ୍ର ସହରକୁ ଦେଖିଥାନ୍ତି ।