ଅଦାଲତରେ ପହଞ୍ଚିପାରୁନାହାନ୍ତି ଜନତା। ଚିନ୍ତା ପ୍ରକଟ କଲେ ମୁଖ୍ୟ ବିଚାରପତି ଜଷ୍ଟିସ ରମନ୍ନା।

123

କନକ ବ୍ୟୁରୋ: ଅଦାଲତରେ ପହଞ୍ଚିପାରୁନାହାନ୍ତି ଜନତା । ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମ ଦେଶର ବହୁତ କମ ଜନତା ଅଦାଲତରେ ପହଞ୍ଚି ପାରୁଛନ୍ତି । ଅନେକ ଜଣ ସଚେତନତାର ଅଭାବ ଏବଂ ଆବଶ୍ୟକ ମାଧ୍ୟମ ନପାଇବାରୁ ଚୁପ ରହି ସବୁ ପିଡାକୁ ନିଜେ ସହିଯାଉଛନ୍ତି ।

ଜଷ୍ଟିସ ରମନ୍ନା ଅଖିଳ ଭାରତୀୟ ଜିଲ୍ଲା ସେବା ପ୍ରାଧିକରଣର ପ୍ରଥମ ବୈଠକରେ ଯୋଗଦେବା ଅବସରରେ ଏହି ପ୍ରତିକ୍ରିୟା ରଖିଛନ୍ତି । ସେ ନ୍ୟାୟପାଳିକା ଗୁଡିକୁ ନ୍ୟାୟ ପ୍ରଦାନର ଗତି ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ସହ ଆଧୁନିକ ଉପକରଣର ବ୍ୟବହାର ପାଇଁ ମଧ୍ୟ କହିଛନ୍ତି ।