ମନି ଲଣ୍ଡ୍ରିଂ ଆକ୍ଟରେ ଇଡିର କାର୍ଯ୍ୟାନୁଷ୍ଠାନ । ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ ।

317

କନକ ବ୍ୟୁରୋ: ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି । ୩ କୋଟି ୯୨ ଲକ୍ଷ ୨୦ ହଜାର ମୂଲ୍ୟର ସମ୍ପତ୍ତି ଆଟାଚ୍ ହୋଇଛି । ମନି ଲଣ୍ଡ୍ରିଂ ଆକ୍ଟରେ ଇଡିର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜାଲ କମ୍ପାନୀ ଯୋଗେ ଅର୍ଥ ହେରଫେର ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅଣସ୍ୱିକୃତୀପ୍ରାପ୍ତ ସଂସ୍ଥା କରି ଲୋକଙ୍କ ଠାରୁ ଟଙ୍କା ଆଣି ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ୨୦୧୯ରେ ଗିରଫ ହୋଇଥିଲେ ପ୍ରଭାତ ବିଶ୍ୱାଳ । ସେତେବେଳେ ସିବିଆଇ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଥିଲା । ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଜାମିନ୍ରେ ମୁକୁଳିଥିଲେ । ପୂର୍ବରୁ ଚିଟଫଣ୍ଡ କମ୍ପାନୀ ସିସୋର ସହ ମଧ୍ୟ ପ୍ରଭାତ ବିଶ୍ୱାଳଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା । ଏବେ ତାଙ୍କ ସମ୍ପତିକୁ ଆଟାଚ କରିଛି ଇଡି । ଆୟ ବର୍ହିଭୂତ ସମ୍ପତି ଥିବା ନେଇ ତଦନ୍ତ କରୁଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଯାହାକୁ ନେଇ ଆଜି ୩ କୋଟିରୁ ଉଦ୍ଧ୍ୱର୍ ସମ୍ପତିକୁ ଇଡି ଆଟାଚ୍ କିରିଛି ।