ନକଲି ଆଇଏଏସ୍ ହୋଇ ମୁଖ୍ୟମନ୍ତ୍ରୀଙ୍କ ସହ ଲଞ୍ଚ କଲେ, ଫଟୋ ବି ଉଠାଇଲେ । ଏବେ ଖୋଲିଲା ଗୁମର ।

477

କନକ ବ୍ୟୁରୋ: ଝାରଖଣ୍ଡର ପଲାମୁ ଜିଲ୍ଲାରେ ଜଣେ ନକଲି ଆଇଏଏସଙ୍କର ପର୍ଦ୍ଦାଫାଶ ହୋଇଛି । ଯୁବକ ଜଣକ ନିଜକୁ ୟୁପିଏସସି ପରୀକ୍ଷାରେ ୩୫୭ ତମ ସ୍ଥାନ ରଖିଥିବା ଦାବି କରିବା ପରେ ତାଙ୍କୁ ସମ୍ମାନୀତ କରାଯାଇଥିଲା । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦ୍ୱାରା ସମ୍ମାନୀତ ହେବା ସହ ତାଙ୍କ ସହ ଭୋଜନ କରିବା ଓ ଫଟୋ ଉଠାଇଥିଲେ । ହେଲେ ଏବେ ତାଙ୍କୁ ଅସଲ ପରିଚୟ ଜଣାଡିବା ପରେ ଯୁବକଙ୍କ ବିରୋଧରେ ଠକେଇ ମାମଲା ସାଏର ହୋଇଛି ।

ପ୍ରକୃତ କଥା ହେଉଛି ଉତ୍ତରପ୍ରଦେଶର କୁମାର ସୌରଭ ୟୁପିଏସସି ପରୀକ୍ଷାରେ ୩୫୭ ସ୍ଥାନ ଅଧିକାର କରିଥିଲେ । ହେଲେ ସୌରଭ ପାଣ୍ଡେ ନାମକ ଯୁବକ ନିକଜୁ ସୌରଭ କୁମାର ପରଚୟ ଦେଇ ଏହି ସ୍ଥାନ ଅଧିକାର କରିଥିବା ଏ ଘଟଣାରେ ଯୁବକଙ୍କର ଯେତକି ଭୁଲ ସରକାରଙ୍କର ମଧ୍ୟ ସେତିକି ତ୍ରୁଟି । କାରଣ ବିନା ଯାଞ୍ଚରେ କୌଣସି ଯୁବକ କିପରି ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଏବଂ ତାଙ୍କ ସହ ଏକାଠି ବସି ଭୋଜନ କରିବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।