ଭୟ ବଢ଼ାଉଛି ଚୀନରେ ବ୍ୟାପିଥିବା ନିମୋନିଆ । ଶିଶୁଙ୍କ ମଧ୍ୟରେ ବଢ଼ୁଛି ଶ୍ୱାସକ୍ରିୟାଜନିତ ରୋଗ । ଭାରତକୁ ବିପଦ ନଥିବା କହିଲେ ସରକାର ।

83

କନକ ବ୍ୟୁରୋ: ଅଜଣା ରୋଗରେ ଛାନିଆ ଚୀନ । ଶିଶୁଙ୍କ ମଧ୍ୟରେ ବ୍ୟାପିଲା ଭୁତାଣୁଜନିତ ରୋଗ । ଥଣ୍ଡା, ଜର ଓ ନିମୋନିଆ ପରି ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି ଦେଶର ଅଧିକାଂଶ ଶିଶୁ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ଲାଗୁଛି ଲମ୍ବା ଲାଇନ୍ । ସେପଟେ ଚୀନଠୁ ଡବ୍ଲୁଏଚ୍ଓ ମାଗିଛି ରିପୋର୍ଟ । ଅନ୍ୟପଟେ ଭାରତ ପ୍ରତି ବିପଦ ନଥିବା କହିଲା ସ୍ୱାସ୍ଥ୍ୟମନ୍ତ୍ରାଳୟ ।

ପିଲାଙ୍କ ଭିତରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଛି । ରୋଗର ଲକ୍ଷଣ ଗୁଡିକ ନିମୋନିଆ ସହ ଅଧିକ ମେଳ ଖାଉଥିବା ଲକ୍ଷ୍ୟ କରାଯାଉଛି । ପିଲାଙ୍କ ପାଖରେ ଜ୍ୱର, କାଶ, ଥଣ୍ଡା, ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ଭଳି ଲକ୍ଷଣ ପରିଲକ୍ଷିତ ହେଉଛି । ତେବେ କରୋନା ମହାମାରୀରେ ବି ଏହି ସବୁ ଲକ୍ଷଣ ଦେଖିବାକୁ ମିଳୁଥିଲା । ତେବେ ଏଥର କିନ୍ତୁ ଛୋଟ ପିଲା ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ପ୍ରଶ୍ନ ଉଠୁଛି ଏହା କୋଭିଡର ନୂଆ ରୂପ ନା ଚୀନରେ ଆଉ କେଉଁ ନୂଆ ଭାଇରସ ଆତଙ୍କ ଆରମ୍ଭ ହୋଇଛି । ଅନ୍ୟପଟେ ଊତର ଚୀନ ବିଶେଷ କରି ଅଜଣା ରୋଗରେ ଆକ୍ରାନ୍ତ ହେବାରେ ଲାଗିଛି । ଅଧିକାଂଶ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ।