ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା : ପୁଣି ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ

150

କନକ ବ୍ୟୁରୋ : ଆଜି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ପୁଣି ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ । ପଡ଼ିଲା ଶହ ଶହ ପଶୁ ବଳି । ଛତର ଯାତ୍ରା ପାଇଁ ପାଖାପାଖି ୩୦ ହଜାର ଲୋକଙ୍କ ସମାଗମ ହୋଇଥିଲା । ଚଳିତ ବର୍ଷ ବ୍ୟାପକ ଭିଡକୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।

ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହ ଛତର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ସହରର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଥିଲା । ଚଳିତ ବର୍ଷ ବହୁ ସଂଖ୍ୟାରେ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ । ଗତ ରାତିରେ ମହାଷ୍ଟମୀ ବଳି ପରେ ସକାଳୁ ୨ କିଲୋମିଟର ଜେନାଖାଲରେ ନବମୀ ପୂଜାର୍ଚ୍ଚନା ପରେ ମା’ଙ୍କ ଛତର ରୂପୀ ପ୍ରତିମା ବାହାରିଥିଲା ।