କେନ୍ଦ୍ର ସରକାରଙ୍କୁ ଆରଏସଏସର ଟାର୍ଗେଟ, ବେରୋଜଗାରୀ ଓ ବଢୁଥିବା ଅସମାନତାକୁ ନେଇ ଦତ୍ତାତ୍ରେୟ କହିଲେ ଏଭଳି କଥା

148

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମହାସଚିବ ଦତ୍ତାତ୍ରେୟ ହୋସବାଲେ ରବିବାର ଦିନ ଦେଶରେ ବଢୁଥିବା ବେରୋଜଗାରୀ, ଅସମାନାତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି କି ଏବେ ସରକାରଙ୍କ ପାଇଁ ଗରିବୀ ଏକ ଚ୍ୟାଲେଞ୍ଜ ହୋଇପଡିଛି । ଏଣୁ ଏଥିରୁ ରକ୍ଷା ପାଇବାକୁ ହେଲେ ସରକାରଙ୍କୁ କିଛି ନୂଆ ପଦକ୍ଷେପ ନେବାକୁ ପଡିବ ।

ସ୍ୱଦେଶୀ ଜାଗରଣ ମଞ୍ଚ ଦ୍ୱାରା ଆୟୋଜିତ ଏକ ସେମିନାକୁ ସମ୍ବୋଧିତ କରିବା ଅବସରରେ ହୋସବାଲେ କହିଛନ୍ତି ଯେ, ‘ଏବେ ଆମକୁ ଚିନ୍ତା କିରବାକୁ ପଡିବ ଯେ ଦେଶରେ ୨୦ କୋଟି ଲୋକ ଗରୀବ ସୀମାରେଖା ତଳେ ରହିଥିବା ବେଳେ ୨୩ କୋଟି ନାଗରିକଙ୍କ ଦୈନିକ ରୋଜଗାର ୩୭୫ ଟଙ୍କା ଠାରୁ କମ୍’ ତେଣୁ ଏହା ଆଗକୁ ଭୟଙ୍କର ସ୍ଥିତି ଉପୁଜାଇବା ପୂର୍ବରୁ ସରକାର ଏହାର ସମାଧନ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି ।

ସେପଟେ ଶ୍ରମବଳ ସଂରକ୍ଷଣ ରିପୋର୍ଟ ମୁତାବକ ଏବେ ଦେଶରେ ବେରୋଜଗାରୀ ହାର ୭.୬ ପ୍ରତିଶତ ଉପରେ ରହିଛି । ତେଣୁ ଦେଶର ନାଗରିକଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ କେବଳ ଅଖିଳ ଭାରତୀୟ ଯୋଜନାକୁ ଆକ୍ଟିଭ କରିବାର ଆବଶ୍ୟକତା ରହିଛି । ଏହାସହ ସ୍ଥାନୀୟ ଯୋଜାନର ବି ଆବଶ୍ୟକତା ଥିବା କଥା ହୋସବାଲେ କହିଛନ୍ତି । ସେ କୂଟିର ଉଦ୍ୟେଗକୁ ପୁର୍ନଜୀବିତ କରିବା ସହ ଗ୍ରାମୀଣ କ୍ଷେତ୍ରରେ କୌଶଳ ବିକାଶକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେ ପ୍ରଶ୍ନ କରିଛନ୍ତି କି ଭାରତ ସାରା ବିଶ୍ୱର ପ୍ରମୁଖ ଅର୍ଥବ୍ୟବସ୍ଥା ଥିବା ଦେଶଗୁଡିକ ମଧ୍ୟରୁ ଭାରତର ସ୍ଥାନ ୬ ନମ୍ବରରେ ରହିଥିବା ବେଳେ ଦେଶର ମୋଟ ଜନସଂଖ୍ୟାର ଅଧାଲୋକଙ୍କ ଆୟ କେବଳ ୧୩ ପ୍ରତିଶତ ହେଉଛି ଚିନ୍ତା କରିବାର କାରଣ । କେବଳ ସେତିକି ନୁହେଁ ଜୁଲାଇ ମାସରେ ବି ହୋସବାଲେ ଦେଶରେ ବଢୁଥିବା ଦରଦାମକୁ ନେଇ ପ୍ରଶ୍ନ ଉଠାଇଥିଲେ ।