୫ ବର୍ଷରେ ୩୯ ପ୍ରତିଶତ ବଢିଛି ଚନ୍ଦ୍ରବାବୁ ନାଇଡୁଙ୍କ ସମ୍ପତ୍ତି । ଜାଣନ୍ତୁ ସୁନା, ରୂପା ସହ କେତେ କୋଟିର ମାଲିକ ସେ …

115

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି( ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ନିର୍ବାଚନ ଆୟୋଗରେ ନିଜ ହଲପନାମା ଦାଖଲ କରିବା ସମୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି । ଏହି ତାଲିକା ଅନୁସାରେ ଗତ ୫ ବର୍ଷରେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ୩୯ ପ୍ରତିଶତ ବୃଦ୍ଧି ହୋଇଛି । ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ଭୁବନେଶ୍ୱରୀଙ୍କ ପାଖରେ ସୁନା , ରୂପା ସହ ୩ କୋଟି ଟଙ୍କାର ଧାତୁ ଅଳଙ୍କାର ରହିଛି ।

ଦାଖଲ ହୋଇଥିବା ସମ୍ପତ୍ତି ତାଲିକା ଅନୁସାରେ ଚନ୍ଦ୍ରବାବୁ ନାଇଡୁଙ୍କ ପାଖରେ ୨୦୧୯ରେ ୬୬୮ କୋଟର ସମ୍ପତ୍ତି ଥିବାବେଳେ ୨୦୨୪ରେ ତାଙ୍କ ସମ୍ପତ୍ତି ୩୯ ପ୍ରତିଶତ ବଢିଛି । ଅର୍ଥାତ ଏହା ୯୩୧ କୋଟିରେ ପହଞ୍ଚିଛି । ତାଙ୍କ ଅଚଳ ସମ୍ପତ୍ତି ଗୁଡିକ ହାଇଦ୍ରାବାଦ ସହ ତାମିଲନାଡୁ ଓ ଚିତ୍ତୁରରେ ରହିଛି ।

ଚନ୍ଦ୍ରବାବୁ ନାଇଡୁଙ୍କ ନାଁରେ ୨୪ଟି ଅପରାଧିକ ମାମଲା ରହିଛି । ତାଙ୍କ ବିରୋଧରେ ଅମରାବତୀ ଜମି ଦୁର୍ନୀତି, ଫାଇବରନେଟ୍ ଦୁର୍ନୀତି, କୌଶଲ ବିକାଶ ଦୁର୍ନୀତି ପରି ଗୁରୁତର ମାମଲା ରହିଛି ।
ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ପବନ କଲ୍ୟାଣଙ୍କ ନେତୃତ୍ୱାଧିନ ଜନସେନା ପାର୍ଟି ମେଣ୍ଟ ଥିଲା । କିନ୍ତୁ ପରେ ବିଜେପି ଆସି ଏଣ୍ଟ୍ରି କଲା । ଆନ୍ଧ୍ରରେ ମୋଟ ୧୭ଟି ଲୋକସଭା ଆସନରୁ ୬ଟି ଆସନରେ ବିଜେପିି ଲଢୁଥିବାବେଳେ ୨ଟି ଆସନରେ ଜନସେନା ପାର୍ଟି ଓ ବାକିରେ ଟିଡିପି ଲଢୁଛି । ସେହିପରି ମୋଟ ବିଧାନସଭା ଆସନରୁ ଟିଡିପି ୧୪୪ଟି , ବିଜେପି ୧୦ ଓଜନସେବା ପାର୍ଟି ୨୧ ସିଟରେ ନିର୍ବାଚନ ଲଢୁଛନ୍ତି । ଏଠାରେ ମେ ୧୩ ରେ ଭୋଟିଂ ହେବ ।