ପୂର୍ବତମ ଶିକ୍ଷା ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ପରଲୋକ । ୯୦ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ

143

କନକ ବ୍ୟୁରୋ: ଆଜି ସକାଳେ ପୂର୍ବତନ ମନ୍ତ୍ରୀ ଓ ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀଙ୍କର ଭୁବନେଶ୍ୱର ଠାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ବୟସାଧିକ୍ୟ ଯୋଗୁଁ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନ ଥିଲା। ଆଜି ସକାଳ ୭: ୧୦ ମିନିଟରେ କ୍ୟାପିଟାଲ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।

୧୯୨୯ ମସିହା ନଭେମ୍ବର ୧୯ ତାରିଖରେ ମୟୂରଭଞ୍ଜ ଠାରେ ଜନ୍ମିତ ଚୈତନ୍ୟ ପ୍ରସାଦ ବିଜ୍ଞାନରେ ସ୍ନାତକ କରିଥିଲେ। ୧୯୭୯ ରୁ ୧୯୮୫ ଯାଏଁ ସେ ଓ. ପି. ଏସ୍. ସି. ର ସଦସ୍ୟ ଥିଲେ। କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ୧୯୭୨ ରୁ ୧୯୭୮ ଯାଏଁ ସେ ରାଜ୍ୟସଭା ସାଂସଦ ହୋଇ କେନ୍ଦ୍ର କ୍ୟାବିନେଟ୍ରେ ପେଟ୍ରୋଲିୟମ୍ ଓ କେମିକାଲର ଡେପୁଟି ମିନିଷ୍ଟର୍ ଥିଲେ। ୧୯୯୮-୨୦୦୦ ଯାଏଁ ସେ ପଶ୍ଚିମ ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକାଡେମିକ୍ କାଉନ୍ସିଲ୍ ଥିଲେ।

ସେ ଜନଜାତି ଭାଷା ଓ ସଂସ୍କୃତି ସମ୍ବନ୍ଧରେ ପୁସ୍ତକ ପ୍ରକାଶ କରିବା ସହ ଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଟ୍ରାଇବାଲ୍ ଲିଟେରାରି ଫୋରମର ସଦସ୍ୟ ଥିଲେ।