ଦିନିକିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ! ବ୍ରାହ୍ମଣୀ ନଦୀ ଉପରେ ୬ ଲେନ୍ ବିଶିଷ୍ଟ ଆଧୁନିକ ସେତୁର କରିବେ ଶିଳାନ୍ୟାସ

47

କନକ ବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ନଦୀ ସେତୁ ସମେତ ୫ଟି ସଡକ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ । ଦିନ ପ୍ରାୟ ୧୧ଟାରେ ରାଉରକେଲା ନିକଟ ବ୍ରାହ୍ମଣୀ ନଦୀ ଉପରେ ୬ ଲେନ୍ ବିଶିଷ୍ଟ ଆଧୁନିକ ସେତୁ ନିର୍ମାଣର ଭୂମିପୂଜନ କରିବେ ନୀତିନ ଗଡକରୀ ।

ଏଥିସହ ୨୩ ନମ୍ବର ଜାତୀୟ ରାଜପଥ ତଥା ନୂତନ ଜାତୀୟ ରାଜପଥ ୧୪୩ର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍ ଅନ୍ତିମ ସେକ୍ସନର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଯାଇ ୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ତା’ପରେ ଦିଲ୍ଲୀ ଫେରିଯିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।