ଆଜି ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ : ବୋର୍ଡର ଅଫିସିଆଲି ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ

298

କନକ ବ୍ୟୁରୋ : ଆଜି ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ । ସିବିଏସଇର ଦଶମ ଓ ଦ୍ୱାଦଶ ସହିତ ଟର୍ମ-୨ର ରେଜଲ୍ଟ ବୋର୍ଡର ଅଫିସିଆଲ ୱେବସାଇଟ୍ ବ୍ୟତୀତ ଡିଜି ଲକର, ଉମଙ୍ଗ ଆପରେ ମଧ୍ୟ ଉପଲବ୍ଧ ହେବ । ସିବିଏସଇ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ବୋଲି ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ହେଲେ ରେଜଲ୍ଟ କେବେ ଜାରି ହେବ, ସେନେଇ କୌଣସି ସୂଚନା ନେଇନଥିଲେ ।

ଏପରିକି ଆଜି ରେଜଲ୍ଟ ପ୍ରକାଶ ପାଇବା ନେଇ ବୋର୍ଡ ତରଫରୁ କୌଣସି ଅଫିସିଆଲ୍ ସୂଚନା ମଧ୍ୟ ପ୍ରଦାନ କରାଯାଇନାହିଁ । ଏପ୍ରିଲ ୨୬ ତାରିଖରେ ଆରମ୍ଭ ହୋଇଥିବା ସିବିଏସଇ ପରୀକ୍ଷା ଜୁନ୍ ୧୫ରେ ଶେଷ ହୋଇଥିଲା । ସମଗ୍ର ଦେଶରୁ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରୁ ଦଶମ ଶ୍ରେଣୀରେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।