Browsing Category

ନ୍ୟୁଜ୍

ଭାରତ ଯୋଡ ଯାତ୍ରାରେ ସାମିଲ ହେବେ ଅଖିଳେଶ, ମାୟାବତୀ ଓ ଜୟନ୍ତ ଚୌଧୁରୀ ! ଓପି ରାଜଭରଙ୍କୁ ବି ନିମନ୍ତ୍ରଣ

କନକ ବ୍ୟୁରୋ : କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା ଏବେ ଦିଲ୍ଲୀରେ ଚାଲିଛି । ଏହାପରେ ଏହି ଯାତ୍ରା ଖୁବଶୀଘ୍ର ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶରେ ପ୍ରବେଶ କରିବ । ଏହି କ୍ରମରେ କଂଗ୍ରେସ ତରଫରୁ ଉତ୍ତର ପ୍ରଦେଶରେ ଭାରତଯୋଡ ଯାତ୍ରାରେ ସାମିଲ ହେବାକୁ ବହୁଜନ…
Read More...

ବଡ଼ଦିନରେ ବିଭିନ୍ନ ଚର୍ଚ୍ଚ ଗୁଡିକରେ ଲାଗିଛି ଭିଡ: ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସୁଛି ଫୁଲବାଣୀ କ୍ୟାଥଲିକ ଚର୍ଚ୍ଚ

କନକ ବ୍ୟୁରୋ: ବଡ଼ ଦିନ ପାଇଁ ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଗୁଡିକରେ ଭିଡ । ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟ ମାଳାରେ ଝଲସୁଛି ଚର୍ଚ୍ଚ ଗୁଡିକ । ଫୁଲବାଣୀରେ ମଧ୍ୟ ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ବେଶ ଧୁମଧାମରେ ପାଳିତ ହୋଇଛି । ପ୍ରଭୁଙ୍କ ଧରାବତରଣ ପରେ ସବୁଠି ଉତ୍ସବର ମାହୋଲ । ସାନ୍ତାକ୍ଲସ…
Read More...

ଟୋକନ୍ ନେଇ ଚିନ୍ତାରେ ଚାଷୀ: ସମାଧାନ ନହେଲେ ମଣ୍ଡି ବନ୍ଦ କରିବା ସହ ଆନ୍ଦୋଳନ ଚେତାବନୀ

କନକ ବ୍ୟୁରୋ: ଆସୁଛି କମ୍ ଟୋକନ୍ । ମଣ୍ଡିରେ ଧାନ କିଭଳି ବିକ୍ରି କରିବେ ଚାଷୀ । ସେ ନେଇ ଚିନ୍ତା ବଢୁଥିବା ବେଳେ ଘଟଣାର ପ୍ରତିବାଦ କରିଛନ୍ତି ହାଟଡିହି ଅଂଚଳର ଚାଷୀ । କାହାର ୮୦ କୁଇଂଟାଲ ତ ଆଉ କାହାର ୬୦ କୁଇଂଟାଲ । ହେଲେ ତା ସ୍ଥାନରେ ମାତ୍ର ୭ କୁଇଂଟାଲ ବିକ୍ରି ହେବ । ଏକର ଏକର ଚାଷ…
Read More...

ପର୍ଯ୍ୟଟନ ଋତୁରେ ଚିଲିକା ମଝିରେ ଚାଲିଛି ବିପଦଜନକ ଯାତ୍ରା: ଡଙ୍ଗାରେ ଯାଉଛନ୍ତି ଆବଶ୍ୟକଠୁ ଅଧକ ଯାତ୍ରୀ

କନକ ବ୍ୟୁରୋ: ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନସ୍ଥଳୀ ଗୁଡିକରେ ମାଳମାଳ ପର୍ଯ୍ୟଟକ । ଚିଲ୍ିକାରେ ମଧ୍ୟ ମା’କାଳିଜାଇଙ୍କ ଦର୍ଶନ କରିବା ସହ ବୋଟିଂ କରିବାକୁ ଲାଗିଛି ଭିଡ । ହେଲେ ଚିଲିକାରେ ଡଙ୍ଗାବୁଡି ନେଇ ଏବେଠାରୁ ପଶିଲାଣି ଛନକା । ମାଳ ମାଳ ପର୍ଯ୍ୟଟକ ପ୍ରାକୃତିକ…
Read More...

ରାସ୍ତା କାମରେ ଚଞ୍ଚକତା ଅଭିଯୋଗ: ମରାମତି ନେଇ ୮କୋଟିରୁ ଅଧିକ ବ୍ୟୟବରାଦ ପରେ ବି ରାସ୍ତା କାମ ଠପ୍

କନକ ବ୍ୟୁରୋ: ରାସ୍ତା ମରାମତିରେ କରାଯାଇଛି ଚଂଚକତା । ପ୍ରଶାସନ ପକ୍ଷରୁ ଗମନାଗମନ ପାଇଁ ଅନେକ ବ୍ୟୟ ବରାଦ ହେଉଛି । ହେଲେ ବହୁ ସ୍ଥାନରେ ଏହା ବ୍ୟୟ କରାଯାଉନାହିଁ । ଲୋକେ ପୂର୍ବବତ ସମସ୍ୟା ଭିତରେ ରହୁଛନ୍ତି । ଏଇ ଯେମିତି କଟକ ନିଆଳି ଭାଲିଆକଣଠାରୁ ପଳସୁଧା ରାସ୍ତାର ଶୋଚନୀୟ ଅବସ୍ଥା । ଏହି…
Read More...

ଭଙ୍ଗା ଖୁଣ୍ଟରେ ଝୁଲିଛି ଶ୍ରେଣୀ ଗୃହ: ଖସୁଛି ସିମେଣ୍ଟ ଖଣ୍ଡ, ଗଳୁଛି ପାଣି । ଖୁବଶିଘ୍ର ମରାମତି କରିବାକୁ ଦାବି

କନକ ବ୍ୟୁରୋ: ସ୍କୁଲରେ ପିଲା ଅଛନ୍ତି , ପାଠ ପଢା ବି ଚାଲିଛି । ହେଲେ ତାହା ବିପଦସଙ୍କୁଳ ଅବସ୍ଥାରେ ହେଉଛି । ବିଦ୍ୟାଳୟର ଶ୍ରେଣୀ ଗୃହ ଭଙ୍ଗା ଖୁଂଟରେ ଝୁଲିରହିଛି । କେତେବେଳେ କଣ ଅଘଟଣ ଘଟିବ ସେ ନେଇ କିଛି କହିହେବନି । କୋରାପୁଟ ଦାମନଯୋଡି ଲିଟିଗୁଡା ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟରେ…
Read More...

ନେପାଳରେ ନୂଆ ସରକାରର ମଙ୍ଗ ଧରିବେ ମାଓନେତା ପ୍ରଚଣ୍ଡ, ଅଢେଇ ବର୍ଷ ପାଇଁ ହେବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ନେପାଳରେ ନୂଆ ସରକାର ଗଠନ ନେଇ ସମସ୍ତ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଏବେ ଏବେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳିନାହିଁ । ସେପଟେ ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ବଡ ବଡ ରାଜନୈତିକଦଳମାନେ ମେଣ୍ଟ ବାନ୍ଧୁଛନ୍ତି । ହେଲେ…
Read More...

୫୦୦ ଟଙ୍କା ନେଇ ଖେଳୁଥିଲେ ମ୍ୟାଚ: ଦିଲ୍ ଖୋଲି ଟଙ୍କା ଉଡାଇଲା ଦିଲ୍ଲୀ, ଅଟୋ ଡ୍ରାଇଭରର ପୁଅ ହେଲେ କୋଟିପତି

କନକ ବ୍ୟୁରୋ: ଆଇପିଏଲ ଅନେକ କ୍ରିକେଟରଙ୍କ ଭାଗ୍ୟ ବଦଳାଇ ଦିଏ । ସାଧାରଣ ପରିବାରରୁ ଜଣକୁ କୋଟିପତି କରିଦିଏ । ଏହାର ଝଲକ ଆମେ ଆଗରୁ ଅନେକ ଥର ଦେଖିଛୁ ଆଉ ଏଥର ବି ଦେଖିବାକୁ ମିଳିଛି । ଜଣେ ସାଧାରଣ ଅଟୋ ଚାଳକଙ୍କ ପୁଅ କେମିତି କୋଟିପତି ହୋଇଯାଇଛି । ଦିନେ ଯେଉଁ କ୍ରିକେଟର ୫୦୦ ଟଙ୍କା ନେଇ…
Read More...

ମୋଦୀଙ୍କୁ ଭେଟିବା ପରେ ସାଂସଦ ପ୍ରତାପ ଷଡଙ୍ଗୀକୁ ନେଇ ଚର୍ଚ୍ଚା: ପୁଣି ଥରେ ମନ୍ତ୍ରୀପଦ ମିଳିବା ନେଇ ଆଲୋଚନା

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ପାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ତେବେ ହଠାତ ଦୁଇ…
Read More...

ଇନ୍ଦୀରା ଗାନ୍ଧୀ ବିମାନବନ୍ଦରରେ ପୋଲିସ ସାଜିଲା ଲୁଟେରା, ଚେକିଂବେଳେ ଲୁଟିନେଲା ୫୦ ଲକ୍ଷ ଟଙ୍କାର ସୁନା

କନକ ବ୍ୟୁରୋ : ଦିଲ୍ଲୀ ଇନ୍ଦୀରା ଗାନ୍ଧୀ ବିମାନବନ୍ଦରରେ ନିୟୋଜିତ ଥିବା ୨ଜଣ କନେଷ୍ଟବଳଙ୍କୁ ଛଟେଇ କରାଯାଇଛି । ଛଟେଇର କାରଣ ଜାଣିଲେ ଆପଣ ବି ଚକିତ ହୋଇଯିବେ । କାରଣ ସେ ବିମାନବନ୍ଦରରେ ନିଯୁକ୍ତ ପୋଲିସ ହୁଅନ୍ତୁ କି ସାଧାରଣ ଥାନାରେ ନିଯୁକ୍ତ ପୋଲିସ । ଏମାନଙ୍କର କାମ ହେଉଛି ଚୋରୀ ଧରିବା…
Read More...