ସିଏଜିଙ୍କ ସାମ୍ବାଦିକ ସମ୍ମିଳନୀ: ପଢନ୍ତୁ, କଣ କହୁଛି ସର୍ଭେ ରିପୋର୍ଟ?

121

କନକ ବ୍ୟୁରୋ: ଅର୍ଥ ଥିଲେ ବି ୫୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇପାରିନି । ବିଭିନ୍ନ ଅନିୟମିତତା ଆମେ ରିପୋର୍ଟରେ ଦେଖାଇଛୁ ବୋଲି କହିଲେ ସିଏଜି । କଣ୍ଟ୍ରାକ୍ଟରଙ୍କୁ ୫୫୫ କୋଟି ଟଙ୍କାର ସହାୟତା ଦିଆଯାଇଥିଲା । ଗୋଟିଏ କାମକୁ ଦୁଇଥର ଲେଖାଏଁ ହେଉଛି । ୨୧୨ କୋଟିର ୟୁଟିଲାଇଜେସନ ସାର୍ଟିଫିକେଟ ମିଳିପାରିନି । ଉପକୂଳ ସୁରକ୍ଷା ବୃକ୍ଷ ରୋପଣ ପାଇଁ ଜଙ୍ଗଲ ବିଭାଗକୁ ୨୮୨.୮୩ କୋଟି । ନାତ୍ର ବିନିଯୋଗ ପତ୍ର କେବଳ ୭୦.୯୩ କୋଟିର ଦିଆଯାଇଛି ।

୫ଟି ବୃହତ, ୯ ବୃହତ ଉଠା ଓ ୧୦ କ୍ଷୁଦ୍ର ଜଳସେଚନ ପ୍ରକ୍ରିୟାକୁ ନେଇ ସର୍ଭେ । ଜଳସେଚନ ପାଇଁ ମିଳିଥିବା ୮୪୨.୯୮ କୋଟି ଉପଯୋଗ ହୋଇନି । ଉପଯୋଗ ନହେବାରୁ ୮୪୨.୯୮ କୋଟି ଟଙ୍କା ଫେରିଯାଇଛି । ନମୁନା ଯାଞ୍ଚ ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୧୨, ୭୪୨.୧୧ କୋଟି । ସେହିପରି ୫ ଲକ୍ଷ ୨ ହଜାର ୮୪୨ ହେକ୍ଟର ଜମି ଜଳସେଚନ ଲକ୍ଷ୍ୟ ରହିଛି । ମାତ୍ର ୨୪% ୧ ଲକ୍ଷ ୨୨ ହଜାର ୪୧୮ ହେକ୍ଟର ଜମି ଜଳସେଚିତ ହୋଇଛି । ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନ ୧୩ରୁ ୪୩ ବର୍ଷ ବିଳମ୍ବିତ । ୬ ହଜାର ୨୧୯.୨୫ ଏକର ବେସରକାରୀ ଜମି ପାଇଁ ପାଣ୍ଠି ଥିଲା । ମାତ୍ର ୪୮ ପ୍ରତିଶତ ୩୧ ହଜାର ୫୫୪.୫୭ ଏକର ଜମି ଅଧିଗ୍ରହଣ । ଅନିୟନିତତା ଯୋଗୁଁ ୫୫୪.୮୭ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହୋଇଛି ।