କର୍କଟ ଏବଂ କିଡନୀ ରୋଗୀଙ୍କୁ ଜେଡିଏସ୍ ଦ୍ୱାରା ମାଗଣା ଚିକିତ୍ସା

180

କନକ ବ୍ୟୁରୋ: ଜଣାଶୁଣା ଜେଡିଏସ୍ ମଲ୍ଟି ସୁପର ହୋମିଓପାଥିକ୍ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଦେବଶ୍ଲୋକ୍ ଶର୍ମା ଏବଂ ଡାକ୍ତର ଜିତେଶ ଶର୍ମାଙ୍କ ତତ୍ବଧାନରେ ନେମିନାଥ ହୋମିଓପାଥିକ ମେଡିକାଲ କଲେଜ ହସପିଟାଲ ତଥା ଅନୁସନ୍ଧାନ କେନ୍ଦ୍ରର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍, ଆଗ୍ରାର ହୋମିଓପାଥିକ୍ ଚିକିତ୍ସକ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ଗୁପ୍ତା ଦୁଇ ଦିନିଆ ହୋମିଓପାଥିକ୍ ଜଟିଳ ରୋଗ ଉପରେ କର୍ମଶାଳା କରାଯାଇଥିଲା । ଯେଉଁଥିରେ ଯକୃତ କର୍କଟ, କିଡନୀ ରୋଗ, ହୋମିଓପାଥିକ ଔଷଧ ଦ୍ୱାରା ଆରୋଗ୍ୟ ହୋଇଥିବା ଅନେକ ରୋଗ ଉପରେ ସେମିନାରରେ ଉପସ୍ଥାପନ କରି ଏକ କର୍ମଶାଳା ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଓଡିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ଗୁପ୍ତାଙ୍କୁ ଉପଢୌକନ ଏବଂ ସମ୍ମାନ ପ୍ରମାଣପତ୍ରରେ ସମ୍ମାନିତ କରିଛନ୍ତି ଡା. ଦେବଶ୍ଲୋକ ଶର୍ମା । ଓଡିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ ଜିଲ୍ଲା ନିର୍ବାଚନ ପର୍ୟ୍ୟବେକ୍ଷକ ବିଷ୍ଣୁ କେଡିଆ ଜୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା, ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁଗ୍ରହରେ କର୍କଟ ଏବଂ କିଡନୀ ରୋଗୀଙ୍କୁ ଜେଡିଏସ୍ ମଲ୍ଟି ସୁପର ହୋମିଓପାଥିକ୍ ହସ୍ପିଟାଲର ଡାକ୍ତରଖାନାରେ ଭର୍ତ୍ତି କରି ସେମାନଙ୍କୁ ମାଗଣା ଚିକିତ୍ସା ଦିଆଯିବ ବୋଲି ଡା. ଦେବଶ୍ଲୋକ ଶର୍ମା ପ୍ରତିଶ୍ରୁତି ଦେଇଛନ୍ତି । ଆଜିର କର୍ମଶାଳାରେ ୫୦ ହୋମିଓପାଥିକ୍ ଚିକିତ୍ସକ ଯୋଗ ଦେଇଥିଲେ ।