ଆଜି ବସୁଛି ରାଜ୍ୟ କୃଷି କ୍ୟାବିନେଟ

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ବସୁଛି ରାଜ୍ୟ କୃଷି କ୍ୟାବିନେଟ । ସଚିବାଳୟରେ ଆଜି ଅପରାହ୍ନରେ ବସିବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି । ରାଜ୍ୟରେ ଶୀତଲଭଣ୍ଡାର ନିର୍ମାଣ, ନିୟନ୍ତ୍ରିତ ବଜାର କମିଟି ଗଠନ ଦ୍ୱାରା ମଣ୍ଡିଗୁଡିକର ଭିତିଭୂମି ବିକାଶ ଓ ପାନୀୟ ଜଳ ଯୋଗାଣ ଉପରେ ମୁଖ୍ୟତଃ ଆଲୋଚନା ହେବ ବୋଲି ଜଣାପଡିଛି । ସେହିପରି ଆସନ୍ତାକାଲି ପୂର୍ବାହ୍ନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କଣସବୁ ପ୍ରମୁଖ ପ୍ରସଙ୍ଗ ଆଲୋଚନା ହେବ ସେନେଇ ସୂଚନା ମିଳିନାହିଁ  ।