ଭାରସାମ୍ୟ ହରାଇ ଓଲଟିଲା ଯାତ୍ରିବାହୀ ବସ୍: ସମ୍ବଲପୁର ବସିଆପଡ଼ା ଛକ ନିକଟରେ ଦୁର୍ଘଟଣା

365

କନକ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରିବାହୀ ବସ୍ । ସମ୍ବଲପୁର ଜୁଯୋମୁରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ର ବସିଆପଡ଼ା ଛକ ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ଏଥିରେ କୈାଣସି ଯାତ୍ରୀ ଆହତ ହୋଇ ନଥିବା ଜଣାପଡ଼ିଛି । ତେବେ ସ୍ଥାନୀୟ ଲୋକେ ପହଂଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ତେବେ ଘଟଣାସ୍ଥଳରେ ଜୁଯୋମୁରା ପୋଲିସ ପହଁଚି ଏନେଇ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ବସର ଡ଼୍ରାଇଭର ଓ ହେଲପର ଫେରାର ଅଛନ୍ତି ।