ବଜେଟ୍ ପରେ ମହଙ୍ଗା ହୋଇପାରେ ମୋବାଇଲ୍-ଲାପଟପ୍ ! ସରକାରଙ୍କ ନିଷ୍ପତ୍ତି ଯୋଗୁଁ ସାଧାରଣ ଲୋକଙ୍କୁ ଲାଗିବ ଝଟକା

31

ଆସନ୍ତାକାଲି ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  । ଅର୍ଥବ୍ୟବସ୍ଥାକୁ ନେଇ କଡ଼ା ନିଷ୍ପତ୍ତି ନେବାର ମଧ୍ୟ ସମ୍ଭାବନା ରହିଛି । ଅରୁଣ ଜେଟଲି ଆଗତ କରିବାକୁ ଥିବା ବଜେଟରେ ଆୟକରଦାତାଙ୍କୁ କିଛିଟା ରିହାତି ଦେଇପାରନ୍ତି ବୋଲି ଅର୍ଥନୀତିଜ୍ଞ ଓ ବଜାର ବିଶ୍ଳେଷକମାନେ ଆଶା ରଖିଛନ୍ତି । ଗତ ବଜେଟରେ ଅର୍ଥମନ୍ତ୍ରୀ ଟିକସ ସ୍ଲାବକୁ ଅପରିବର୍ତିତ ରଖିଥିଲେ । କିନ୍ତୁ ସ୍ୱଳ୍ପ ପରିମାଣର ଟିକସ ପ୍ରଦାନ କରୁଥିବା ଆୟକରଦାତାଙ୍କ ପାଇଁ ଟିକସ ହାର ହ୍ରାସ କରିଥିଲେ । ବର୍ଷକୁ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଟିକସ ହାର ୧୦ ପ୍ରତିଶତରୁ ୫ ପ୍ରତିଶତକୁ ଖସାଇ ଦେଇଥିଲେ । କିନ୍ତୁ ଆଗାମୀ ବଜେଟ୍ରେ ଅର୍ଥମନ୍ତ୍ରୀ ଏଭଳି କିଛିଟା ରିହାତି ଦେବେ ବୋଲି ଆଶା ରହିଛି ।

କିନ୍ତୁ ବଜେଟରେ ସରକାଙ୍କ ତରପରୁ ଏକ ବଡ଼ ପରିବର୍ତ୍ତନ ହେବ ବୋଲି ଆଶଙ୍କା କରାଯାଉଛି । ମୋବାଇଲ ଓ ଲାପଟପ ପରି ବୈଦୁତିକ ସାମଗ୍ରୀ ମହଙ୍ଗା ହୋଇପାରେ । ମୋଦି ସରକାର ଯେବେଠାରୁ ଶାସନକୁ ଆସିଛନ୍ତି, ସେବେଠାରୁ ମେକ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦେଉଛନ୍ତି । ଦେଶରେ ମ୍ୟାନୁଫାକ୍ତରିଂ ୟୁନିଟ୍ ତିଆରି କରିବା ପାଇଁ ସରକାର ଫୋକସ୍ ରଖିଛନ୍ତି । ଏଥିପାଇଁ ଦେଶକୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି କୁ ଶକ୍ତ କରିବା ପାଇଁ ଆରମ୍ଭ କରିଦେଇଛନ୍ତି । ଏବେ ବଜେଟରେ କଷ୍ଟମ ଡ୍ୟୁଟି ଉପରେ ଆକ ଏକ ଶକ୍ତ ପ୍ରହାର ହେବ । ବଜେଟରେ ସରକାର ଏହାକୁ ବୃଦ୍ଧି କରିବା ନେଇ ଘୋଷଣା କରିପାରନ୍ତି । ତେବେ ସରକାର ଏହି ଘୋଷଣା କରିବାଦ୍ୱାରା ମୋବାଇଲ, ଲାପଟପ୍ ଓ ଅନେକ ବୈଦୁତିକ ସାମଗ୍ରୀ କିଣିବା ମହଙ୍ଗା ହୋଇଯିବ ।

ପ୍ରକୃତକଥା ହେଲା କଷ୍ଟମ ଡ୍ୟୁଟି ବଢ଼ିବାଦ୍ୱାରା ମୋବାଇଲ, ଲାପଟପ୍ ପରି ବୈଦୁତିକ ସାମଗ୍ରୀର ଆମଦାନୀ ଉପରେ ଲାଗୁଥିବା ଖର୍ଚ୍ଚ ବୃଦ୍ଧିହେବ  ।  ବିଗତ ବର୍ଷ ୧ ଜୁଲାଇ ଠାରୁ ସରକାର ମୋବାଇଲ ଉପରେ ବେସିକ କଷ୍ଟମ ଡ୍ୟୁଟି ୧୦ ପ୍ରତିଶତ ଲାଗୁ କରିଦେଇଛନ୍ତି । ୧୪ ଡିସେମ୍ବରେ ଏହାକୁ ବୃଦ୍ଧି କରି ୧୫ ପ୍ରତିଶତ କରିଦେଇଥିଲେ ସରକାର । କେନ୍ଦ୍ର ସରକାର ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସହିତ କରିବା ପାଇଁ ଲଗାତାର ଏପରି କିଛି ପଦକ୍ଷେପ ନେଉଛନ୍ତି । ଏଥିପାଇଁ ଲଗାତାର ବିଦେଶୀ କମ୍ପାନୀକୁ ଭାରତରେ ମ୍ୟାନୁଫାକ୍ଚରିଂ ୟୁନିଟ୍ କରିବା ପାଇଁ ଉତ୍ସାହିତ କରୁଛନ୍ତି ସରକାର । ତେଣୁ ଦେଶରେ ନିର୍ମାଣ କାର୍ଯ୍ୟକୁ ବଢ଼ାଇବା ପାଇଁ ସରକାର କଷ୍ଟମ଼ ଡ୍ୟୁଟିକୁ ବଢ଼ାଇବା ପାଇଁ ପଦକ୍ଷେପ ନେଇପାରନ୍ତି ।