ବ୍ରିଟେନର ରାଣୀ ଏଲିଜାବେଥଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କର ପରଲୋକ । ବ୍ରିଟେନରେ ଶୋକର ଛାୟା, ଜାତୀୟ ପତାକା ୟୁନିୟନ ଜ୍ୟାକ ଅର୍ଦ୍ଧନିମିତ୍ତ
କନକ ବ୍ୟୁରୋ : ବ୍ରିଟେନର ରାଣୀ ଏଲିଜାବେଥଙ୍କ ସ୍ବାମୀ ତଥା ଡ୍ୟୁକ୍ ଅଫ ଏଡିନବରୋ ପ୍ରିନ୍ସ ଫିଲିପଙ୍କର ଆଜି ୯୯ ବର୍ଷ ବୟସରେ ପରଲୋକ ହୋଇଛି । ଆଜି ସକାଳେ ବ୍ରିଟିଶ ରାଜପରିବାରର ୨ୟ ପ୍ରମୁଖ ରାଜପ୍ରାସାଦ ଓ୍ବିଣ୍ଡସର୍ କାସଲରେ ତାଙ୍କର ପରଲୋକ ହୋଇଥିଲା ବୋଲି ବକିଂହାମ୍ ପ୍ୟାଲେସ୍ ତରଫରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ବିଗତ କିଛି ବର୍ଷ ହେଲା ସେ ବୃଦ୍ଧାବସ୍ଥାଜନିତ ରୋଗରେ ପୀଡ଼ିତ ଥିଲେ । ଗତ ଫେବ୍ରୁଆରି ମାସରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମାର୍ଚ୍ଚ ୧୬ରେ ସେ ସୁସ୍ଥ ହୋଇ ଓ୍ବିଣ୍ଡସର୍ କାସଲ ଫେରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେ ୧୯୨୧ରେ ଗ୍ରୀକ ଦ୍ବୀପ କୋରଫୁରେ ଜନ୍ମ ଗ୍ରହଣ କରିଥିବା ପ୍ରିନ୍ସ ଫିଲିପ୍ ୧୯୪୭ରେ କ୍ବିନ ଏଲିଜାବେଥଙ୍କୁ ବିବାହ କରିଥିଲେ । ଏହି ରାଜ ଦମ୍ପତ୍ତିଙ୍କର ୪ ଜଣ ସନ୍ତାନ ଅଛନ୍ତି । ପ୍ରିନ୍ସ ଫିଲିପଙ୍କ ପରଲୋକ ପରେ ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସମ୍ମାନରେ ବ୍ରିଟିଶ ଜାତୀୟ ପତାକା ୟୁନିୟନ ଜ୍ୟାକକୁ ଅର୍ଦ୍ଧନିମିତ୍ତ କରାଯାଇଛି ।