ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ପରେ ଏଲଓସିରେ ଉତେଜନା : ସୀମାରେ ଚାଲିଛି ଗୁଳି ବର୍ଷା

37

କନକ ବ୍ୟୁରୋ : ଆନ୍ତର୍ଜାତୀୟ ସୀମାନ୍ତ ସମସ୍ତ ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି ବିଏସଏଫ ମୁଖ୍ୟ କାର୍ଯ୍ୟାଳୟ । ତାର ସମସ୍ତ ୟୁନିଟକୁ ଜମ୍ମୁ, ପଂଜାବ, ରାଜସ୍ଥାନ ଓ ଗୁଜୁରାଟରେ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ସାଧରଣ ଜନତାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ପ୍ରତିପକ୍ଷ ଉପରେ କଡା ନଜର ରଖିବାକୁ ହେଡ ଅଫିସରୁ କୁହାଯାଇଛି । ସ୍ୱତନ୍ତ୍ର ବର୍ଡର ପେଟ୍ରୋଲିଂ କରିବା ପାଇଁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଏଲଓସି ନିକଟରେ ସେନାର ଅପରେସନ କମାଣ୍ଡରେ ଯବାନ ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ଉଚ୍ଚ ଅଧିକାରୀ ନିର୍ଦେଶ ଦେଇଛନ୍ତି । ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ପରେ ସୀମାନ୍ତରେ ଉତେଜନା ବୃଦ୍ଧି ପାଇଛି ।