ପୁରୀରେ ବୋମା ମାଡ ! ପୂର୍ବ ଶତ୍ରୁତାକୁ ଏବଂ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୮ରୁ ଅଧିକ ଗୁରୁତର ।

48

କନକ ବ୍ୟୁରୋ: ପୁରୀ ବଳିଆପଣ୍ଡାରେ ବୋମାମାଡ଼ । ଦୁଇସାହି ମଧ୍ୟରେ ପୂର୍ବରୁ ଥିବା ସତ୍ରୁତାକୁ ଭିତି କରି ପୁରୀ ବଳିଆପଣ୍ଡାରେ ବୋମାମାଡ କରାଯାଇଛି । ଥରେ ନୁହେଁ କି ଦୁଇଥର ନୁହେଁ ଘନ ଘନ ତିନିଥର ବୋମା ମାଡ କରାଯାଇଛି । ଏହି ବୋମା ମାଡରେ ସ୍ଥିନିୟ ଅଞ୍ଚଲରେ କିଛି ମାତ୍ରାରେ କ୍ଷୟ କ୍ଷତି ହେବା ସହ ୮ଜଣ ଗୁରୁତର ଭବେ ଆହାତ ହୋଇଛନ୍ତି । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ସୂଚନା ମୁତାବକ, ଦଶାହ ତୁଠରେ କମେଣ୍ଟ ମରାକୁ କେନ୍ଦ୍ର କରି ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରେ ରବିବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ମଙ୍ଗଳାସାହିରେ ହୋଇଥିବା ଏହି ବୋମାମାଡ଼ରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ ଗଣେଶ ବିଶ୍ୱାଳ, ତାଙ୍କ ଭଉଣୀ ଗୀତାଞ୍ଜଳି ବିଶ୍ୱାଳ, ବାପା ଗଦାଧର ବିଶ୍ୱାଳ, ମନୋଜ ମଣ୍ଡଳ, ବାପି ଦାସ, ତାଙ୍କ ଭଉଣୀ ସାବିତ୍ରୀ ଦାସ, ପିଣ୍ଟୁ ମଣ୍ଡଳ ଓ ରାମ ଦାସ ଆହତ ହୋଇଛନ୍ତି। ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ କହିଛି, ବାଲିସାହିସ୍ଥିତ ଶ୍ୱେତଗଙ୍ଗା ତୁଠକୁ ଆଜି ସକାଳୁ ଗୋଟିଏ ଗୋଷ୍ଠୀର ଲୋକେ ଦଶାହ କ୍ରିୟା ପାଇଁ ଯାଇଥିଲେ। ଏଥିରେ କିଛି ଯୁବତୀ ମଧ୍ୟ ଥିଲେ। ଯୁବତୀଙ୍କୁ ଦେଖି ଅନ୍ୟ ଗୋଷ୍ଠୀର ଯୁବକମାନେ କମେଣ୍ଟ କରିଥିଲେ। ଫଳରେ ବିରୋଧ ହୋଇଥିଲା। ସକାଳର ପ୍ରତିଶୋଧ ସନ୍ଧ୍ୟାରେ ନିଆଯାଇଥିଲା। ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀ ଉପରେ ବୋମାମାଡ଼ କରିଥିଲେ। ଫଳରେ ୮ ଜଣ ଲୋକ ଆହତ ହୋଇଛନ୍ତି। ତେବେ ବୋମା ମାଡ କରିଥିବା ଦୁର୍ବୁତମାନେ ଏବେ ଫେରାର ହୋଇଯାଇଥିବା ବେଳେ ପୋଲିସ ଏହି ଘଟଣାର ଛାନଭିନ କରୁଛି ।