ବଲାଙ୍ଗୀରରୁ ବିପୁଳ ବିସ୍ଫୋରକ ଜବତ ! ୬୭ହଜାର ୪୯୮ଟି ଡିଟୋନେଟାର ଜବତ କଲା ପୁଲିସ

34

କନକ ବ୍ୟୁରୋ : ବିପୁଳ ବିସ୍ଫୋରକ ଜବତ । ବଲାଙ୍ଗୀର ପାଟଣାଗଡ ଡୁଙ୍ଗୁରିପାଲି ଜଙ୍ଗଲ ଭିତରେ ବେଆଇନ ଭାବେ ଗଛିତ ଥିବା ୬୭ହଜାର ୪୯୮ଟି ଇଲେକଟ୍ରୋନିକ୍ସ ଓ ନନ୍-ଇଲେକଟ୍ରୋନିକ୍ସ ଡିଟୋନେଟାର ଜବତ କରିଛି ବଲାଙ୍ଗୀର ପୋଲିସ୍ । ସେହିପରି ଜିଲୋଟିନ୍, ସଲଫର ପାଉଡର, ଚାରକୋଲ ପାଉଡର ଓ ଇଲେକ୍ଟ୍ରିକ୍ ଓୟାର ଜବତ କରିଛି ପୋଲିସ୍ । ଏହା ସହିତ ୨ଲକ୍ଷ ୩୨ହଜାର ୧୫୫ଟଙ୍କାର ନଗଦ କ୍ୟାସ ଜବତ କରିଛି । ଏହି ବେଆଇନ ବିସ୍ଫୋରକ ଗଛିତ ରଖିବା ମାମଲାରେ ୨ଜଣଙ୍କୁ ଗିରଫ କରିିଛି ପୋଲିସ । ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ବଲାଙ୍ଗୀର ସଦର ପୋଲିସ୍ ।