ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟିଶକ୍ତି ହରାଇଥିବା ଝିଅର କୋହଭରା ନିବେଦନ : କହିଲେ ମୁଁ ବଂଚିବାକୁ ଚାହେଁ, ଆଖିରେ ଦୁନିଆ ଦେଖିବାକୁ ଚାହେଁ

75

କନକ ବ୍ୟୁରୋ : ମୁଁ ବଚିଂବାକୁ ଚାହେଁ । ପୁଣି ଥରେ ଦୁନିଆକୁ ମୋ ଆଖିରେ ଦେଖିବାକୁ ଚାହେଁ । କ୍ୟାମେରା ସମ୍ମୁଖରେ କୋହ ଭରା କଂଠରେ ଏଭଳି ଆକୁଳ ନିବେଦନ କରିଛି ଭୁବନେଶ୍ୱରର ଜଣେ କୋମଳ ମତି ଝିଅ । ଦୁରାରୋଗ୍ୟ ରୋଗରେ ପୀଡିତ ହୋଇ ଦୃଷ୍ଟିଶକ୍ତି ହରାଇଥିବା  ବିଶ୍ୱ ଐଶ୍ୱର୍ଯ୍ୟା ଏଭଳି ନିବେଦନ କରିଛନ୍ତି । ଭୁବନେଶ୍ୱର ଭୀମଟାଙ୍ଗି ଅଚଂଳରେ ବାପା ମାଙ୍କ ସହିତ ରୁହନ୍ତି ୧୪ ବର୍ଷିୟ ଐଶ୍ୱର୍ଯ୍ୟା । ହସଖୁସିର ଚଳୁଥିବା ଏହି ପରିବାରକୁ ଘୋଟି ଆସିଛି କଳାବାଦଲ । ଦୁନିଆକୁ ଭଲକରି ଦେଖିବା ଆଗରୁ ନିଜ ଦୃଷ୍ଟିଶକ୍ତି ହରାଇଛି ଐଶ୍ୱର୍ଯ୍ୟା ।

ଯେଉଁ ବୟସରେ ଆଇନା ସମ୍ମୁଖରେ ସଜେଇ ହେବାକଥା, ଆଜି ସେ ନିଜକୁ ଦେଖିବା ପାଇଁ ଅକ୍ଷମ । ସ୍ନାୟୁ ଜନିତ ରୋଗରେ ପୀଡିତ ହୋଇ ଦୀର୍ଘଦିନ ତଳେ ଚାଲି ପାରୁ ନଥିଲେ ଐଶ୍ୱର୍ଯ୍ୟା । ୪ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନିଜେ ଭେଟିଥିଲେ ଐଶ୍ୱର୍ଯ୍ୟାଙ୍କୁ । ସମ୍ପୂର୍ଣ ଚିକିତ୍ସା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ କଳିଙ୍ଗ ହସ୍ପିଟାଲରେ ଚିକିତ୍ସା ହୋଇଥିଲା । ଚାଲି ପାରୁନଥିବା ଐଶ୍ୱର୍ଯ୍ୟା  ନିଜ ପାଦରେ ଚାଲିଲେ । କିନ୍ତୁ ଫ୍ରି ଟିମେଟଂ ଦେଢବର୍ଷ ପରେ ବନ୍ଦ ହୋଇଯିବା ପରେ ଏବେ ସେ ଚିକିତ୍ସା ଅଭାବରୁ ନିଜ ଚକ୍ଷୁୁ ହରାଇ ବସିଛନ୍ତି । ତେଣୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସହାୟତା କଲେ ତାଙ୍କ ଚିକିିତ୍ସା ହୋଇପାରିବ ଓ ଦୃଷ୍ଟିଶକ୍ତି ଫେରିପାଇବେ ବୋଲି କୋହଭରା କଣ୍ଠରେ କହିଛନ୍ତି ଐଶ୍ୱର୍ଯ୍ୟା ।