ସଂସଦ ଆସୁନାହାଁନ୍ତି ବିଜେପି ସାଂସଦ ସନି ଦେଓଲ । ବଜେଟ ଅଧିବେଶନରେ ଉପସ୍ଥିତ ମାତ୍ର ୨ଦିନ, ମୋଟ ଉପସ୍ଥିତ ୨୦ ପ୍ରତିଶତରୁ କମ

355

କନକ ବ୍ୟୁରୋ : ପଞ୍ଜାବ ଗୁରୁଦାସପୁର ଲୋକସଭା ଆସନରୁ ବିଜେପି ଟିକେଟରେ ବିଜୟୀ ହୋଇଥିବା ଅଭିନେତା ସନି ଦେଓଲଙ୍କୁ ନେଇ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ତାଙ୍କ ଉପରେ ପ୍ରଥମରୁ ଅଭିଯୋଗ ରହିଛି କି, ସେ ନିଜ ଲୋକସଭା ଆସନ ଗୁରୁଦାସପୁର ଆସୁନାହାଁନ୍ତି । ଏନେଇ ଗୁରୁଦାସପୁର ସଂସଦୀୟ କ୍ଷେତ୍ରରେ କିଛିଦିନ ତଳେ ସନି ଦେଓଲ ଗାଏବ ଥିବାର କିଛି ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ଜଣାପଡିଛି କି କେବଳ ସେ ନିଜର ସଂସଦୀୟ କ୍ଷେତ୍ର ନୁହେଁ ବରଂ ତାଙ୍କର ସଂସଦରେ ଉପସ୍ଥିତ ମଧ୍ୟ ବହୁତ କମ୍ । ସେ ସଂସଦ କାର୍ଯ୍ୟାକାଳ ମଧ୍ୟରେ ମୋଟ ୨୦ ପ୍ରତିଶତରୁ କମ୍ ଉପସ୍ଥିତ ରହିଛନ୍ତି । ଏହାସହ ଚଳିତ ବଜେଟ ଅଧିବେଶନ ମୋଟ ୨୩ ଦିନ ଚାଲିଥିଲେ ବି ସନି ଦେଓଲ ମୋଟ ୨ଦିନ ଉପସ୍ଥିତ ଥିଲେ । ଅର୍ଥାତ ବଜେଟ ଅଧିବେଶନ ବେଳେ ସେ ୨୧ ଦିନ ଅନୁପସ୍ଥିତ ଥିଲେ ।

ସୂଚନା ଥାଉକି, ବଲିଉଡ ଅଭିନେତା ସନି ଦେଓଲ ୨୦୧୯ ମସିହାରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ବିଜେପିରେ ଯୋଗଦେଇ ଗୁରୁଦାସପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀଙ୍କୁ ୮୪ ହଜାରରୁ ଅଧିକ ଭୋଟରେ ପରାଜିତ କରିଥିଲେ । ହେଲେ ସେ ନିର୍ବାଚିତ ହେବା ଠାରୁ କେବେ ବି ନିଜ ସଂସଦୀୟ କ୍ଷେତ୍ର ଯାଇ ନଥିବା ନେଇ ଅଭିଯୋଗ ହେଉଛି । ଏନେଇ ତାଙ୍କ ଲୋକସଭା କ୍ଷେତ୍ରରୁ କିଛି ଲୋକ କିଛିଦିନ ତଳେ ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଏନେଇ ଚିଠି ଲେଖିଥିଲେ । ଏଥିରେ ଲୋକମାନେ ସନି ଦେଓଲଙ୍କ ସଂସଦ ପଦ ରଦ୍ଦ କରିବାକୁ ଦାବି କରାଯାଇଥିଲା ।