ଭୁବନେଶ୍ୱର ଲୋକସଭା ଆସନ ପାଇଁ ଅଣ୍ଟା ଭିଡ଼ିଲେ ଅପରାଜିତା । ଆରମ୍ଭ କଲେ ଜନ ପରାମର୍ଶ ପଦଯାତ୍ରା ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ଶାସକ ଓ ବିରୋଧୀ ସଜବାଜ ହେଉଥିବାବେଳେ ବିଜେପିରେ ସାମିଲ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ଆରମ୍ଭ କଲେଣି ନିର୍ବାଚନୀ ରଣନୀତି ।

361

କନକ ବ୍ୟୁରୋ: ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପିରେ ସାମିଲ ହୋଇଥିବା ଅପରାଜିତାଙ୍କ ସଜବାଜ । ପ୍ରଶାସିକାରୁ ରାଜନୀତିରେ ପାଦ ଥାପିଥିବା ଅପରାଜିତା କେଉଁଠାରୁ ଲଢ଼ିବେ ସେନେଇ ଅଙ୍କକଷା ଚାଲିଥିବାବେଳେ ସାମ୍ନାକୁ ଆସିଛି ଏକ ଚିତ୍ର । ଯେଉଁଠି ଅପରାଜିତା ଆରମ୍ଭ କରିଛନ୍ତି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ବୋଲି ଚର୍ଚ୍ଚା ଜୋର ଧରିଛି । 

aparajita sarangiଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କ ଜନ ପରାମର୍ଶ ଯାତ୍ରା ରାଜ୍ୟ ରାଜନୀତିକୁ ଦେଇଛି ଅନେକ ଖୋରାକ । କାରଣ ଭୁବନେଶ୍ୱରରୁ ବିଜେପିର କିଏ ଲୋକସଭା ପ୍ରାର୍ଥୀ ହେବ ସେନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଲୋକଙ୍କ ନିକଟତର ହେବା ପାଇଁ ଅପରାଜିତାଙ୍କ ପରାମର୍ଶ ପଦଯାତ୍ରାରୁ ପ୍ରୟାସ କରୁଥିବା ବାରି ହୋଇ ପଡ଼ୁଛି । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ଏଭଳି ଜନ ପରାମର୍ଶ ପଦଯାତ୍ରା ଅପରାଜିତାଙ୍କ ପାଇଁ ବେଶ୍ ଜରୁରୀ ବୋଲି ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି । 

ତେବେ ବିଜେପିର ମିଶନ୍ ୧୨୦ ପୂରଣ କରିବା ପାଇଁ ଭୁବନେଶ୍ୱରରୁ ଅପରାଜିତା ଷ୍ଡ଼ଙ୍ଗୀ ପ୍ରମୂଖ ଭୁମିକା ଗ୍ରହଣ କରିବେ ବୋଲି ରାଜନୀତି ମାହୋଲରେ ହଟ ଟପିକ୍ ପାଲଟିଛି । ସେପଟେ ଅପରାଜିତା ମଧ୍ୟ ବିଜେପିର ବଳ ବଢ଼ାଇବାକ ନିଜର ୨୦ ବର୍ଷରୁ ଉଦ୍ଧ୍ୱର୍ ପ୍ରଶାସିକା ରଣନୀତି ଏବଂ କୌଶଳକୁ ଆପଣାଇ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଲେଣି ଅପରାଜିତା ।