ନ୍ୟାୟାଳୟ ଯିବେ ନବୀନ୍ ! ନିର୍ବାଚନ ପାଣ୍ଠି ଅନିୟମିତତା ମାମଲାରେ ଓଡିଶା ରାଜନୀତିରେ ଝଡ

19

କନକ ବ୍ୟୁରୋ : ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି କେଉଁ ସୂତ୍ରରୁ ଟଙ୍କା ଆଣିଥିଲା- କେମିିତି ଏହାକୁ ଖର୍ଚ୍ଚ କରିଥିଲା ଏବଂ ନିର୍ବାଚନ କମିଶନଙ୍କୁ ଏ ବାବଦରେ କ’ଣ ତଥ୍ୟ ଦେଇଥିଲା- ଏହାକୁ ନେଇ ହାଇକୋର୍ଟଙ୍କ ନୋଟିସ୍ ଓ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଧମକ ଦେଇଛି ବିଜେଡି । ଗତକାଲି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଦଳ କହିଥିଲା- ନିର୍ବାଚନ ଖର୍ଚ୍ଚ ସଂପର୍କିତ ପୂର୍ଣ୍ଣ ବିବରଣୀ ଆଇନ ଅନୁଯାୟୀ ନିର୍ବାଚନ କମିଶନ, ଆୟକର ବିଭାଗରେ ଦିଆଯାଇଛି ।

ଗତକାଲି ଏହି ପ୍ରେସ୍ ରିଲିଜରେ ଅଭିଯୋଗକାରୀଙ୍କ ବିରୋଧରେ କୋର୍ଟ ଯିବାକୁ ଧମକ ଦିଆଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ସେହି କଥାକୁ ଦୋହରାଇଛନ୍ତି । ସାମ୍ବାଦିକ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି, ଏହା ଏକ ଷଡ଼ଯନ୍ତ୍ର ଭଳି ଲାଗୁଛି । ଏଭଳି ଅଭିଯୋଗ ମିଥ୍ୟା ଓ ମନ୍ଦ ଉଦ୍ଦେଶ୍ୟ ରଖି ଅପପ୍ରଚାର କରାଯାଉଥିବା ନବୀନ କହିଛନ୍ତି ।

ରାଜନୈତିକ ଆରୋପ-ପ୍ରତ୍ୟାରୋପ ଭିତରେ ନିର୍ବାଚନୀ ପାଣ୍ଠିର କାରବାର ପ୍ରଶ୍ନ ଘେରକୁ ଆସିଯାଇଛି । ରାଜନୈତିକ ଦଳଗୁଡ଼ିକ ନିୟମକାନୁନକୁ ଏଡ଼ାଇଯାଇ ବଡ଼ ଧରଣର ପାଣ୍ଠି ସଂଗ୍ରହ ଓ ନିର୍ବାଚନୀ ଖର୍ଚ୍ଚ କରିବାକୁ ପଛାଉନାହାନ୍ତି ।