ବିଜେଡି ଜିତିଲା ବିଜାତଳା ! ୪ହଜାର ୨ଶହ ୧୨ ଭୋଟରେ ମାରିଲା ବାଜି ।

ବିଜାତଳାରେ ବାଜି ମାରିଲା ବିଜେଡ଼ି । ଗୌରିକଗଡ଼ ଜିତିଲା ବିଜୁ ଜନତା ଦଳ ।

1,356

କନକ ବ୍ୟୁରୋ: ବିଜାତଳାରେ ବାଜି ମାରିଲା ବିଜେଡ଼ି । ଗୌରିକଗଡ଼ ଜିତିଲା ବିଜୁ ଜନତା ଦଳ । ଯେଉଁ ଆସନରେ ବିଜେଡି ତୃତୀୟ ସ୍ଥାନରେ ଥିଲା, ସେଠି ବିଜେପି ଏବଂ ଜେଏମଏମକୁ ପଛରେ ପକାଇ ବିଜାତଳାରେ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛି ବିଜେଡି  । କୁହାଯାଉଛି ବିଜାତଳାର ଏହି ଛୋଟ ନିର୍ବାଚନ ରାଜ୍ୟ ରାଜନୀତିରେ ଏକ ବଡ ପ୍ରଭାବ ଆଣିବାକୁ ଯାଉଛି ।

ବିଜାତଳା ଜିଲ୍ଲା ପରିଷଦ ଜୋନ୍ ନଂ- ୩୨ ଆସନ ପାଇଁ ଅନୁଷ୍ଠିତ ଭୋଟରେ ବିଜେଡି ଦଳ ପାର୍ଥୀ ରଘୁନାଥ ମାଝି ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପାର୍ଥୀଙ୍କୁ ୪୨୧୨ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ସୂଚନା ଯୋଗ୍ୟକି, ସ୍ୱାଧୀନତା ପରଠାରୁ ବିଜାତଳା ଜିଲ୍ଲା ପରିଷଦ ଜୋନ୍-୩୨ ଆସନଟି କେବେବି ତକ୍ରାଳିନ ଜନତା ଦଳ ଓ ବର୍ତମାନର ବିଜୁ ଜନତା ଦଳ ଜିତିପାରିନଥିଲେ । ପ୍ରଥମଥର ବିଜୁ ଜନତା ଦଳ ବିପୁଳ ବିଜୟ ହାସଲ କରିଛି । ଏହି ଆସନଟି ଗତ ୨ଟି ନିର୍ବାଚନରେ ବିଜେପି ଓ ଜେଏମଏମ କବଜାରେ ରହିଥିଲା । କିନ୍ତୁ ଏଥର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପ୍ରମାଣ କରିଛି ଯେ, ବିଜେଡି ସହିତ ବିଜେପି କିମ୍ବା ଅନ୍ୟ ଦଳଗୁଡିକ ଆଗାମୀ ବିଧାନସଭା ନିର୍ବାଚନ ଦୃଷ୍ଟିକୋଣରୁ ଆଦୌ ତୁଳନୀୟ ନୁହନ୍ତି ।