ରାଜନୀତିରେ ‘ସମ୍ପର୍କ ଅଭିଯାନ’ । ‘ଜନ ସମ୍ପର୍କ’ ପରେ, ‘ପରିବାର ସମ୍ପର୍କ’ ଅଭିଯାନ ଆରମ୍ଭ କରିବ ବିଜେଡି

92

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବାବେଳେ ଲୋକଙ୍କ ସହ ଯୋଡି ରହିବାକୁ ଉଦ୍ୟମ ଜାରି ରଖିଛନ୍ତି ସମସ୍ତ ପ୍ରମୁଖ ରାଜନୈତିକ ଦଳ । ଶାସକ ଦଳ ବିଜେଡି ଜନ ସମ୍ପର୍କ ଅଭିଯାନ ଚଳାଇଛି । ପଂଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ଦଳୀୟ ନେତା ଓ କର୍ମୀ ପଦଯାତ୍ରା କରୁଛନ୍ତି । ଆଉ ଏହି ସମ୍ପର୍କ ଅଭିଯାନ କେମିତି ଆଗକୁ ଜାରି ରହିବ, ପ୍ରତି ପରିବାର ସହ ଯୋଡି ହେବ ସେଥିପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛି ଦଳ । ନିଷ୍ପତି ଅନୁସାରେ ଜନ ସମ୍ପର୍କ ଅଭିଯାନ ପରେ ବିଜେଡି କରିବ ପରିବାର ସମ୍ପର୍କ ଅଭିଯାନ ।

ବିଜେଡିର ଜନ ସମ୍ପର୍କ ଅଭିଯାନକୁ ସମାଲୋଚନା କରିଛି ବିଜେପି । ବିଜେଡିର ପଦଯାତ୍ରା ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ଅଭିଯୋଗ କରିଛନ୍ତି ବିଜେପି ନେତା । ଅନ୍ୟପଟେ ବିଜେପିର ପଦଯାତ୍ରାରେ ଲୋକଙ୍କ ସମର୍ଥନ ଦେଖି ବିଜେଡି ଭୟଭୀତ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ତେବେ ବିଜେପିର ଅଭିଯୋଗକୁ ଖଣ୍ଡନ କରିବା ସହ ତେରଛା ବାଣ ମାରିଛି ବିଜେଡି ।

କେବଳ ବିଜେଡି ନୁହେଁ, ଗାଁ ଗାଁରେ ଭୋଟରଙ୍କ ପାଖରେ, ପହଁଚିବାକୁ ଉଦ୍ୟମ ଜାରି ରଖିଛନ୍ତି ବିଜେପି ଓ କଂଗ୍ରେସ । ବିଜେପି ମୋ ମାଟି, ମୋ ଦେଶ ନାଁରେ ପ୍ରତି ଜିଲ୍ଲାରେ କାର୍ଯ୍ୟକ୍ରମ କରୁଛି । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସାମିଲ ହେଉଛନ୍ତି, ନେତା ଓ କର୍ମୀ ପଦଯାତ୍ରା କରୁଛନ୍ତି । ହଜାର ହଜାର ଲୋକ ଯୋଡି ହେଉଛନ୍ତି । ସେହିପରି କଂଗ୍ରେସ ପକ୍ଷରୁ ସାରାଦେଶରେ ହାତ ସେ ହାତ ଯୋଡୋ କାର୍ଯ୍ୟକ୍ରମ କରାଯାଉଛି । ପୁଣି ଥରେ ଦଳକୁ ସୁଦୃଢ଼ କରିବାକୁ ଉଦ୍ୟମ କରାଯାଉଛି ।