ରେଳ ଧାରଣାରୁ ଖସିଲା ବିଶାଖାପାଟଣା ଅମୃତସର ଏକ୍ସପ୍ରେସ ଟ୍ରେନ୍ : ଘଂଟାଏ ଅଟକିବା ପରେ ଛାଡିଲା ଟ୍ରେନ୍, ସମସ୍ତ ଯାତ୍ରୀ ସୁରକ୍ଷିତ

35

କନକ ବ୍ୟୁରୋ : ଟ୍ରାକରୁ ଖସିଲା ଟ୍ରେନ । ଆଜି ସକାଳେ ଢେଙ୍କାନାଳ ଷ୍ଟେସନ ନିକଟସ୍ଥ ଶାମାଚରଣପୁର ଷ୍ଟେସନରେ ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ ଇଞ୍ଜିନ, ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛି । ଟ୍ରେନ୍ ଇଞ୍ଜିନର ଦୁଇଟି ଆଗ ଚକ ସ୍ଲିପ୍ କରି ଯାଇଥିବାବେଳେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସେ ବ୍ରେକ ମାରି ଟ୍ରେନକୁ ଅଟକାଇବା ସହିତ ଏ ନେଇ ଢେଙ୍କାନାଳ ଷ୍ଟେସନକୁ ସୂଚନା ଦେଇଥିଲେ । ପ୍ରାୟ ୧ ଘଣ୍ଟା ପରିଶ୍ରମ କରାଯିବା ପରେ ଇଞ୍ଜିନର ଚକକୁ ତାର ପୂର୍ବସ୍ଥାନରେ ରଖାଯିବା ପରେ ଟ୍ରେନଟି ତାର ଗନ୍ତବ୍ୟ ପଥରେ ଯାତ୍ରା କରିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ବିଶଖାପାଟଣା–ଅମୃତସର ଏକ୍ସପ୍ରେସ ଟ୍ରେନ୍ ଶ୍ୟାମାଚରଣପୁର ନିକଟରେ ଯାଉଥିବା ବେଳେ ଟ୍ରାକ ମରାମତି ହେଉଥିଲା । ତେଣୁ ଟ୍ରେନଟି ଅପ୍ ଲାଇନରେ ଧୀରେ ଧୀରେ ଯାଉଥିବାବେଳେ କୌଣସି କାରଣରୁ ଇଞ୍ଜିନର ଆଗ ଚକ୍ ଟ୍ରାକକୁ ଖସିଯାଇଥିିଲା । ତେବେ ଚକ୍ ସମ୍ପୂର୍ଣ୍ଣ ଖସିଯିବା ପୂର୍ବରୁ ଡ୍ରାଇଭର ବ୍ରେକ ମାରି ଟ୍ରେନକୁ ଅଟକାଇ ଦେଇଥିଲେ । ପରେ ଢେଙ୍କାନାଳ ଷ୍ଟେସନରୁ ଏକ ଇଞ୍ଜିନ ଓ କର୍ମଚାରୀମାନେ ଆସି ଟ୍ରେନକୁ ପୁଣି ବ୍ୟବସ୍ଥିିତ କରିଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣାରୁ ଟ୍ରେନଟି ରକ୍ଷା ପାଇଯିବା ସହିତ ଶହଶହ ଯାତ୍ରୀ ରକ୍ଷା ପାଇଯାଇଛନ୍ତି । ଶ୍ୟାମାଚରଣପୁର ଠାରେ ଟ୍ରେନଟି ପ୍ରାୟ ୧ ଘଣ୍ଟାରୁ ଊର୍ଧ୍ୱ ସମୟ ଅଟକିବା ପରେ ପୁଣି ଯାତ୍ରା ଆରମ୍ଭ କରିଛି।