ଧୁମଧାମରେ ପାଳିତ ହେଉଛି ମା’ ବିରଜାଙ୍କ ରଥଯାତ୍ରା। ୯ଦିନ ଧରି ଗଡ଼ିବ ମା’ ବିରଜାଙ୍କ ସିଂହଧ୍ୱଜ ରଥ।

67

କନକ ବ୍ୟୁରୋ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଜାରି ରହିଛି । ୯ ଦିନ ଧରି ଗଡ଼ିବ ମାଆ ବିରଜାଙ୍କ ସିଂହଧ୍ୱଜ ରଥ । ରଥରେ ବିରାଜମାନ କରି ଭକ୍ତଙ୍କୁ ଆଶିଷ ପ୍ରଦାନ କରିବେ ଜଗତଜନନୀ । ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ମାଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଚାଲିବ । ଏହି ୯ ଦିନ ଯାତ୍ରାରେ ମାଆଙ୍କୁ ଶକ୍ତିବଲ୍ଲଭ ମନ୍ତ୍ରରେ ପୂଜା କରାଯିବ ।

ମା ବିରଜାଙ୍କୁ ପ୍ରତ୍ୟେକ ଦିନ ବୈତରଣୀ ନଦୀ ଜଳରେ ସ୍ନାନ କରାଯିବାର ବିଧି ରହିଛି । ୨ ବର୍ଷ ହେବ କରୋନା କଟକଣା ପାଇଁ ଶ୍ରଦ୍ଧାଳୁମାନେ ରଥଟାଣିବାର ସୁଯୋଗ ପାଇନଥିଲେ । ଚଳିତ ବର୍ଷ ବେଶ ଧୁମଧାମରେ ପାଳନ କରାଯାଉଛି ବିରଜାଙ୍କ ରଥଯାତ୍ରା ।