ବ୍ୟବସାୟୀଙ୍କ ବେଡ ତଳୁ ବାହାରୁଛି କୋଟି କୋଟି ନଗଦ ଟଙ୍କା: କୋଲାକାତାରେ ଇଡିର ବଡ ଧରଣର ଚଢାଉ

267

କନକ ବ୍ୟୁରୋ: ମୋବାଇଲ ଗେମିଂ ଆପ ଜରିଆରେ କୋଟିକୋଟି ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଛି । ଘଟଣା ସମ୍ବନ୍ଧରେ ସୂଚନା ପାଇବା ପରେ କୋଲକାତାର ୧୨ଟିି ଠିକଣା ଉପରେ ଶନିବାର ମାରାଥନ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବ୍ୟାଙ୍କ ଅଧିକାରୀ ଓ ଇଡିର ଟିମର ମିଳିତ ଚଢାଉରେ ୧୭କୋଟି ଟଙ୍କାର ନଗଦ ଟଙ୍କା ଜବତ କରାଯାଇଛି । ରିଚ ଅଂଚଳରେ ରହୁଥିବା ବ୍ୟବସାୟୀ ଆମୀର ଖାନ ଏହୀ ଠକେଇର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି । ଏତେ ନଗଦ ଟଙ୍କା ଦେଖି ଇଡି ଅଧିକାରୀ ତାଜୁବ ହୋଇଛନ୍ତି । ସେପଟେ ଟଙ୍କା ଗଣି ଗଣି ବ୍ୟାଙ୍କ ଅଧିକାରୀ ହାଲିଆ ହେବା ପରେ ଟଙ୍କା ଗଣା ମେସିନରେ ଚାଲିଛି ଟଙ୍କା ଗଣତି । ସେପଟେ ଅଭିଯୁକ୍ତ ବ୍ୟବସାୟୀଙ୍କ ଘର ନିକଟରେ ସୁରକ୍ଷାକର୍ମୀଙ୍କ ଛାଉଣୀ ଦେଖିବାକୁ ମିଳିଛି । ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି କି ଇ-ନଗେଟ ନାମକ ଗେମିଂ ଆପ ଜରିଆରେ ଲୋକଙ୍କୁ ଠକୁଥିଲା ଅଭିଯୁକ୍ତ । ଏନେଇ ଫେଡେରାଲ ବ୍ୟାଙ୍କ ପକ୍ଷରୁ ବ୍ୟବସାୟୀ ଆମୀର ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଇଡି ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ଇଡି ପିଏମଏଲ ଅନୁସାରେ ମାମଲା ରୁଜୁ କରାଯାଇଛି ।