ଉପେନ୍ଦ୍ର କୁଶୱାହା ଜେଡିୟୁରେ ରହିବା ବର୍ତ୍ତମାନ ସମ୍ଭବ ନୁହେଁ! ଶୀଘ୍ର ହୋଇପାରନ୍ତି ବିଦା।

122

କନକ ବ୍ୟୁରୋ: ବିହାରରେ ରାଜନୈତିକ ସମୀକରଣ ବଢିବାରେ ଲାଗିଛି । ମହାମେଣ୍ଟକୁ ଫେରିବା ପରେ ନୀତୀଶ କୁମାର ସକ୍ରିୟ ହେଉଥିବା ବେଳେ ଦଳର ନେତା ଉପେନ୍ଦ୍ର କୁଶୱାହା ବିଦ୍ରୋହର ରାସ୍ତାରେ ଗୋଟିଏ ପାଦ ଆଗକୁ ବଢାଇଚାଲିଛନ୍ତି । ଉପେନ୍ଦ୍ର ଯେଉଁଭଳି ଭାବେ ନୀତୀଶଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବା ଆରମ୍ଭ କରିଦେଲେଣି ସେଥିରେ ସେ ଜେଡିୟୁ ସହ ଆରଜେଡିକୁ ମଧ୍ୟ ନିଶାନା କରୁଛନ୍ତି । ତେବେ ଏଭଳି ସ୍ଥିତିରେ ଦଳ ସହ ତାଙ୍କର ସମ୍ପର୍କ ଶେଷ ହେବା ଏକପ୍ରକାର ନିଶ୍ଚିତ ହେବାରେ ଲାଗିଛି । ତେବେ ଜେଡିୟୁ ଛାଡିବା ପରେ ଉପେନ୍ଦ୍ରଙ୍କ ପାଖରେ ରାଜନୈତିକ ବିକଳ୍ପ କଣ ରହିବ ତାକୁ ନେଇ ପ୍ରଶ୍ନ ଉଠିଛି ।

ବିହାର ରାଜନୀତିରେ ସ୍ଥିତି ବେଶ ଗମ୍ଭୀର ରହିଛି । ମହାମେଣ୍ଟ ଏବଂ ବିଜେପି ମଧ୍ୟ ଜୋରଦାର ଲଢେଇ ଜାରିରହିଛି । ଉପେନ୍ଦ୍ର କୁଶୱାହାଙ୍କ ଭବିଷ୍ୟତର ପଦକ୍ଷେପ ନେଇ ଲଗାତର ବିଭିନ୍ନ ଅଟକଳ ଲଗାଯାଉଛି । ଏହି ଚର୍ଚ୍ଚା ସେତେବେଳେ ବଢିଥିଲା ଯେତେବେଳେ ବିଜେପିର ତିନି ନେତା ଏମ୍ସରେ ଉପେନ୍ଦ୍ର କୁଶୱାହାଙ୍କୁ ଭେଟିଥିଲେ । ତେବେ ସେତେବେଳେ ଏହାକୁ ସୌଜନ୍ୟ ମୂଳକ ସାକ୍ଷାତ ବୋଲି କହିଥିଲେ । ଏହା ପରେ ଯେଉଁଭଳି ଭାବେ ଜେଡିୟୁ ଏବଂ ନୀତୀଶଙ୍କ ମଧ୍ୟ ବୟାନବାଜି ଜାରିରହିଛି ତାକୁ ନେଇ କୁହାଯାଉଛି ଯେ ଜେଡିୟୁ ସହ ସେ ଯେତେଦିନ ବିତାଇବା କଥା ବିତାଇ ସାରିଛନ୍ତି ଆଗାମୀ ଦିନରେ ଦଳରୁ ବିଦା ହେବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।