ଚାଷୀ ପରିବାରରୁ ଚମତ୍କାର ! ପିଲାଟି ଦିନରୁ ପାଇଲଟ୍ ହେବାର ଥିଲା ସ୍ୱପ୍ନ , ପୂରଣ ହେଲାନି। ନିର୍ମାଣ କଲେ ‘ନାନୋ’ ହେଲିକପ୍ଟର…ଦେଖନ୍ତୁ ଭିଡ଼ିଓ

649

କନକ ବ୍ୟୁରୋ: ଯଦି ଦୃଢ଼ ଇଚ୍ଛା ଶକ୍ତି ଥାଏ ତେବେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରେ । ଆଉ ଇଚ୍ଛାଶକ୍ତି ସାମ୍ନାରେ ଜଟିଳରୁ ଜଟିଳ କାର୍ଯ୍ୟ ସଫଳତାର ପାଦ ସ୍ପର୍ଶ କରେ । ଏଭଳି କିଛି ଚମତ୍କାର କରି ଦେଖାଇଛନ୍ତି ବିହାରର ଛପରା ଜିଲ୍ଲାରେ ବସବାସ କରୁଥିବା ଜଣେ ବ୍ୟକ୍ତି । ପାଇଲଟ୍ ହୋଇପାରିଲେନି ବୋଲି ଟାଟା ନାନୋ କାରକୁ ହେଲିକପ୍ଟର ଭଳି ପ୍ରସ୍ତୁତ କରି ଏବେ ସୋସିଆଲ ମିଡ଼ିଆର ସେନସେସନ୍ ପାଲଟିଛନ୍ତି ।

 

View this post on Instagram

 

If you don’t know how to fly a helicopter, just make your car look like one! 🚁👏 (@ruptly)

A post shared by UNILAD Tech (@uniladtech) on

ସୂଚନା ମୁତାବକ ବିହାର ଛାପରା ଜିଲ୍ଲାର ମିଥଲେସ୍ ପ୍ରସାଦ ଟାଟା ନାନୋ କାରକୁ ଏପରି ଭାବେ ନିର୍ମିତ କରିଛି ଯାହାର ଭିତର ଓ ବାହାର ପାର୍ଶ୍ୱ ଅବିକଳ ହେଲିକପ୍ଟର ଭଳି ଦେଖାଯାଉଛି । ଆଉ ପାଖରୁ ହେଉ କିମ୍ବା ଦୂରରୁ ଅବିକଳ ହେଲିକପ୍ଟର ଭଳି ଦିଶୁଛି ଏହି ‘ନାନୋ’ ହେଲିକପ୍ଟର । ତେବେ ଏହା ଅନ୍ୟ ହେଲିକପ୍ଟରମାନଙ୍କ ଭଳି ଆକାଶରେ ଉଡି ପାରିବ ନାହିଁ କିନ୍ତୁ କାର ଭିତରେ ଆପଣଙ୍କୁ ଏକ ହେଲିକପ୍ଟରରେ ବସିଲା ଭଳି ଅନୁଭବ କରାଇବାରେ କୌଣସି ସୁଯୋଗ ଛାଡ଼ିବନି । କାରଣ ପୂରା ହେଲିକପ୍ଟର ଭଳି କାର୍ ଭିତରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସଂରଞ୍ଜାମ ଦେଖିବାକୁ ମିଳିବ ।

ମିଥଲେସ ଟାଟା ନାନୋ କାରକୁ ହେଲିକପ୍ଟର ଲୁକ୍ ଦେବା ପାଇଁ କାର ଉପରେ ହେଲିକପ୍ଟର ଭଳି ପଙ୍ଖା ଖଞ୍ଜିବା ସହିତ କାର ସାମ୍ନା ଓ ପଛପାର୍ଶ୍ୱକୁ ହେଲିକପ୍ଟର ଭଳି ସଜାଇଛନ୍ତି। ଏଥିସହିତ କାର ଭିତରେ ବି ସେ ହେଲିକପ୍ଟର ଭଳି ବଟନ୍ ଲଗାଇଛନ୍ତି। ମିଥଲେସ୍ଙ୍କ ହେଲିକପ୍ଟର ଲୁକ୍ ଥିବା ଏହି କାରକୁ ଲୋକମାନେ ବେଶ୍ ପସନ୍ଦ କରିବା ସହିତ ଚର୍ଚ୍ଚାର ପରିସରରେ ରହିଛି। ଏହାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

ସେପଟେ ଏଭଳି ଆଶ୍ଚର୍ଯ୍ୟ କୀର୍ତ୍ତୀ କରିଥିବା ମିଥଲେସ କହନ୍ତି, ପିଲାଟି ଦିନରୁ ପାଇଲଟ ବନିବାକୁ ଚାହୁଁଥିଲେ କିନ୍ତୁ ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ହେତୁ ନିଜର ଏହି ଇଚ୍ଛାକୁ ସେ ପୂରଣ କରି ପାରି ନଥିଲେ । ଅର୍ଥ ଆଉ ପାରିବାରିକ ପରିସ୍ଥିତି ସାମ୍ନାରେ ଶୁଖିଗଲା ତାଙ୍କ ପାଇଲଟ୍ ସ୍ୱପ୍ନ । ତେଣୁ ନିକଟରେ ମିଥଲେସ୍ ନିଜର ସ୍ୱପ୍ନକୁ ଏକ ଭିନ୍ନ ଉପାୟରେ ସଫଳ କରି ଦେଖାଇଛନ୍ତି ।