ତୁର୍କୀ, ସିରିୟା ଭୂମିକମ୍ପ ପରେ ବିଶ୍ୱରେ ଭୟର ବାତାବରଣ: ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନକୁ ନେଇ ବଡ଼ ଆକଳନ

169

କନକ ବ୍ୟୁରୋ: ତୁର୍କୀ ଓ ସିରିଆରେ ପ୍ରକୃତିର ତାଣ୍ଡବ ପରେ ସମଗ୍ର ବିଶ୍ୱରେ ଦେଖା ଦେଇଛି ଭୟର ବାତାବରଣ । ଆଗକୁ ଏସିଆରେ ଆସିପାରେ ଭୂମିକମ୍ପର ବଡ଼ ବିପଦ । ବିଶେଷ କରି ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନକୁ ନେଇ ହୋଇଛି ବଡ଼ ଆକଳନ । ଏହି ଆକଳନ କରିଛନ୍ତି ନେଦରଲ୍ୟାଣ୍ଡ୍ସ ଗବେଷକ ଫ୍ୟାଙ୍କ୍ ହୋଗରବିଟ୍ସ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ହୋଗରବର୍ଗ ଏକ ବଡ଼ ଭୂମିକମ୍ପର ଭବିଷ୍ୟବାଣୀ କରୁଥିବା ଦେଖିବାକୁ ମିଳିଛି । ହୋଗରବର୍ଗ କହିଛନ୍ତି, ତୁର୍କୀ ଭଳି ଭୂମିକମ୍ପ ବା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଏସୀୟ ଦେଶ । ପରବର୍ତୀ ଭୂମିକମ୍ପ ଆଫଗାନିସ୍ତାନରୁ ଉତ୍ପନ୍ନ ହେବ ।

ଆଉ ଏହା ପରବର୍ତୀ ସମୟରେ ପାକିସ୍ତାନ ଓ ଭାରତ ଦେଇ ଗତି କରି ଭାରତ ମହାସାଗରରେ ଶେଷ ହେବ । ନେଦରଲ୍ୟାଣ୍ଡର ଏହି ଗବେଷକ ଗତ ଫେବୃଆରୀ ୩ ତାରିଖରେ ତୁର୍କୀ ଓ ସିରିଆରେ ବଡ଼ ଭୂମିକମ୍ପ ନେଇ ଭବିଷ୍ୟବାଣୀ କରିଥିଲେ । ସେ ଟ୍ୱିଟ୍ କରି ଲେଖିଥିଲେ, ଖୁବ୍ଶୀଘ୍ର କିମ୍ବା ପରେ ଦକ୍ଷିଣ-ମଧ୍ୟ ତୁର୍କୀ, ଜୋର୍ଡାନ, ସିରିଆ, ଲେବାନନରେ ୭ଦଶମିକ ୫ ତୀବ୍ରତାର ଭୂମିକମ୍ପ ଆସିବ । ଆଉ ସତକୁ ସତ, ଭୂମିକମ୍ପର ତାଣ୍ଡବରେ ତୁର୍କୀ ଓ ସିରିଆ ସମ୍ପୂର୍ଣ୍ଣ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି । ତୁର୍କୀ ଓ ସିରିଆରେ ଆସିଥିବା ଭୂମିକମ୍ପରେ ୨୫ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ।

ଗବେଷକଙ୍କ ଆକଳନ, ଥରିବ ଭାରତ!
– ଫେବୃଆରୀ ୩ରେ ଭୂମିକମ୍ପ ନେଇ ଭବିଷ୍ୟବାଣୀ କରିଥିଲେ ଫ୍ରାଙ୍କ
– ସତ ହୋଇଥିଲା ଗବେଷକଙ୍କ ଭବିଷ୍ୟବାଣୀ
– ୨ଦିନ ପରେ ଭୟଙ୍କର ଭୂମିକମ୍ପରେ ଥରିଲା ତୁର୍କୀ ଓ ସିରିଆ
– ୯ ତାରିଖରେ ଏସିଆରେ ଭୂମିକମ୍ପ ନେଇ ଭବିଷ୍ୟବାଣୀ
– ଭାରତ ସମେତ ଆଫଗାନିସ୍ତାନ, ପାକିସ୍ତାନରେ ହୋଇପାରେ ଭୂମିକମ୍ପ
– ଚୀନରେ ମଧ୍ୟ ଆଗାମୀ ଦିନଗୁଡ଼ିକରେ ଆସିପାରେ ଭୂମିକମ୍ପ
– ଭାରତରେ ଭୂମିକମ୍ପ ଫ୍ରାଙ୍କ ତାରିଖ ଘୋଷଣା କରିନାହାନ୍ତି ନେଇ
– ବାୟୁମଣ୍ଡଳର ଅସ୍ଥିରତା ଯୋଗୁଁ ହୋଇପାରେ ଭୂମିକମ୍ପ
– ସବୁ ବଡ଼ ଭୂମିକମ୍ପ ପରିବେଶରେ ନିଜର ପଦଚିହ୍ନ ଚାଡ଼ିନଥାଏ

ସେପଟେ ଭାରତ ପାଇଁ ଆର୍ଲଟ ମଧ୍ୟ ଜାରି ହୋଇଛି । ଆଇଆଇଟି କାନପୁରର ପ୍ରଫେସର ଜାବେଦ ମଲ୍ଲିକ ଦାବି କରିଛନ୍ତି କମ୍ ଦିନ ଭିତରେ ଭାରତରେ ମଧ୍ୟ ଦେଖାଯାଇପାରେ ଭୟଙ୍କର ଭୂମିକମ୍ପ । ଯଦି ଆଇଆଇଟି କାନପୁର ପ୍ରଫେସରଙ୍କ କଥା ସତ ହୁଏ ତେବେ ଏହି ଭୂମିକମ୍ପର ତ୍ରୀବତା ରେକ୍ଟର ସ୍କେଲରେ ୭.୫ ରହିବା ନେଇ ଆକଳନ କରିଛନ୍ତି ବୈଜ୍ଞାନିକ । ଏକଥା ମଧ୍ୟ ଦାବି କରାଯାଇଛି ଯଦି ଭୂମିକମ୍ପ ହୁଏ ତେବେ ହିମାଳୟ, ଆଣ୍ଡାମାନ ନିକୋବର କିମ୍ବା କଚ୍ଛରେ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇପାରେ ।

ଆଇଆଇଟି କାନପୁରର ଦାବି
ଭାରତରେ ଆସିପାରେ ବଡ଼ ଭୂମିକମ୍ପ

ଭାରତର କେତେକ ଅଂଚଳରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇପାରେ
ଏକ କିମ୍ବା ଦୁଇ ଦଶନ୍ଧି ଭିତରେ ଯେକୌଣସି ସମୟରେ ଅନୁଭୂତ ହୋଇପାରେ ଏପରି ଭୂକମ୍ପ
ହିମାଳୟ ଅଂଚଳ କିମ୍ବା ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଦେଖାଦେଇପାରେ ଭୂକମ୍ପ
ଭୂମିକମ୍ପର ୫ଟି ଜୋନ ରହିଛି
ସବୁଠୁ ଅଧିକ ବିପଦପୂର୍ଣ୍ଣ ହେଉଛି ଜୋନ-୫
ଜୋନ-୫ କଚ୍ଚ, ଆଣ୍ଡାମାନ, ହିମାଳୟ ଓ ଉତ୍ତରାଖଣ୍ଡ ଓ ଏହାର ଆଖପାଖ ଅଂଚଳକୁ ନେଇ ଗଠିତ
ଜୋନ-୪ରେ ବହରାଇଚ୍, ଲକ୍ଷ୍ମୀପୁର, ପିଲଭିତ, ଗାଜିଆବାଦ, ରୁଡକୀ, ନୈନିତାଲ
ଜୋନ-୩ ମୃଦୁ ଭୂମିକମ୍ପର ଅନୁଭୂତ ହୋଇଥାଏ
ଜୋନ ୩ରେ କାନପୁର, ଲକ୍ଷେ୍ନø, ପ୍ରୟାଗରାଜ ବାରଣାସୀ ଓ ସୋନଭଦ୍ର ରହିଛି
ଜୋନ-୨ ଅପେକ୍ଷାକୃତ ସୁରକ୍ଷିତ ଅଟେ
କାହିଁକି ହୁଏ ଭୂମିକମ୍ପ?
ମାଟି ତଳେ ଟେକ୍ଟୋନିକ ପ୍ଲେଟ୍ ପରସ୍ପର ସହ ଘର୍ଷଣ କରିଥାନ୍ତି
ଏହାପରେ ଏକ ଏଭଳି ସ୍ଥିତି ଉତ୍ପନ ହୁଏ ଯାହାଦ୍ୱାରା ଘର୍ଷଣ ସୃଷ୍ଟି ହୁଏ
ପରିବର୍ତ୍ତୀର୍ ପଯ୍ୟାୟରେ ଏହା ଭୂମିକମ୍ପର ରୂପ ନିଏ
ଯେତେ ଅଧିକ ଏହି ଘର୍ଷଣ ସୃଷ୍ଟି ହେବ, ସେତେ ଶକ୍ତିଶାଳୀ ହୁଏ ଭୂମିକମ୍ପ
ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଅଧିକ ଭୟଙ୍କର ରୂପ ମଧ୍ୟ ନେଇପାରେ
୨୦୦୪ରେ ଗୁଜରାଟରେ ଅନୁଭୂତ ଭୂମିକମ୍ପର ତୀବ୍ରତା ୯.୧ ଥିଲା
ଭୂକମ୍ପର କେତେ ତୀବ୍ରତାରେ କେମିତି ପଡ଼େ ପ୍ରଭାବ?
– ୦ ରୁ ୧.୯ ରିକ୍ଟର ସ୍କେଲ ତୀବ୍ରତା କେବଳ ସିସ୍ମୋଗ୍ରାଫରେ ଜଣାପଡେ
– ୨ ରୁ ୨.୯ ରିକ୍ଟର ସ୍କେଲ ତୀବ୍ରତାରେ ହାଲୁକା କମ୍ପନ
– ୩ ରୁ ୩.୯ ରିକ୍ଟର ସ୍କେଲ ତୀବ୍ରତାରେ ଆପଣଙ୍କୁ ସାମାନ୍ୟ ଦୋହଲାଇଦେଇପାରେ
– ୪ ରୁ ୪.୯ ରିକ୍ଟର ସ୍କେଲ ତୀବ୍ରତାରେ କାଚ ଝରକା ଭାଙ୍ଗିପାରେ, କାନ୍ଥରେ ଟଙ୍ଗା ହୋଇଥିବା ଫ୍ରେମ ଖସିପାରେ
– ୫ରୁ ୫.୯ ରିକ୍ଟର ସ୍କେଲ ତୀବ୍ରତାରେ ଭାରି ସାମଗ୍ରୀ ବି ଦୋହଲିଯାଏ
– ୬ ରୁ ୬.୯ ରିକ୍ଟର ସ୍କେଲ ତୀବ୍ରତାରେ ଘରର ନିଅଁ ଦୋହଲିଯାଏ
– ୭ ରୁ ୭.୯ ରିକ୍ଟର ସ୍କେଲ ତୀବ୍ରତାରେ ବଡ଼ ବଡ଼ କୋଠା ବି ଭୁଷୁଡିଯାଏ
– ୮ରୁ ୮.୯ ରିକ୍ଟର ସ୍କେଲ ତୀବ୍ରତାରେ କୋଠା ସମେତ ବିଶାଳ ପୋଲ ବି ଭାଙ୍ଗିଯାଏ
– ୯ରୁ ଅଧିକ ତୀବ୍ରତାରେ ପୂରା ପ୍ରଳୟ ଆସିଥାଏ