ମୋଦୀ ସରକାରଙ୍କ ବଡ ଘୋଷଣା ।‘ଅଗ୍ନିପଥ ଯୋଜନା’ରେ ୩ ସେନାରେ ନିଯୁକ୍ତ ହେବେ ଯୁବକ । ୪ ବର୍ଷ ପାଇଁ ଦେଶ ସେବା ପାଇଁ ମିଳିବ ସୁଯୋଗ

351

କନକ ବ୍ୟୁରୋ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାରେ ନିଯୁକ୍ତି ପାଇଁ କରିଛନ୍ତି ବଡ ଘୋଷଣା । ଦେଶର ଯୁବ ଗୋଷ୍ଠୀ ପାଇଁ ଆଣିଲେ ସୁବର୍ଣ୍ଣ ସୁଯୋଗ । ଦେଶର ଯୁବକଙ୍କୁ ମିଳିବ ଦେଶସେବାର ସୁଯୋଗ । ଆଜି ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛି ସେନା । ଏହି ସ୍କିମର ନାଁ ରହିଛି ‘ଅଗ୍ନିପଥ’ ଏଥିରେ ଯେଉଁ ଯୁବକମାନେ ଯୋଗ ଦେବେ ସେମାନଙ୍କୁ କୁହାଯିବ ଅଗ୍ନିବୀର । ସେନା ଦ୍ୱାରା ଘୋଷଣା ହୋଇଥିବା ଏହି ଯୋଜନା ୪ ବର୍ଷ ପାଇଁ କାର୍ଯ୍ୟ କରିବ ।