ଭୁବନ ବସ ଦୁର୍ଘଟଣା ପାଇଁ ଦାୟୀ କିଏ : ବିଦ୍ୟୁତ ବିଭାଗର ଅବହେଳା ଦର୍ଶାଇ କଂଗ୍ରେସର ଦିନିକିଆ ଭୁବନ ବନ୍ଦ

37

ଭୁବନ : ଭୁବନ ବସ ଦୁର୍ଘଟଣା ପଛରେ ବିଦ୍ୟୁତ ବିଭାଗର ଅବହେଳା ମୁଖ୍ୟ କାରଣ ବୋଲି ଅଭିଯୋଗ କରିଛି କଂଗ୍ରେସ । ସହରର ବିଭିନ୍ନ ସ୍ଥାନରେ ବିଜୁଳି ତାର ଝୁଲି ରହିଛି, କିନ୍ତୁ ଏଥି ପ୍ରତି ବିଭାଗ ଦୃଷ୍ଟି ଦେଉନଥିବା ଦଳ ଅଭିଯୋଗ କରିଛି । ପ୍ରଶାସନର ନିଷ୍କ୍ରିୟତାକୁ ଦାୟୀ କରି ଆଜି ଦିନିକିଆ ଭୁବନ ବନ୍ଦ ଡାକରା ଦେଇଛି କଂଗ୍ରେସ। ପ୍ରଶାସନର ଅବହେଳା ଯୋଗୁଁ ୬ଟି ଜୀବନ ନଷ୍ଟ ହୋଇଛି ଏବଂ ଅନ୍ୟମାନେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ପ୍ରଶାସନ ବିରୋଧରେ ଦଳ ସ୍ୱର ଉଠାଇବ ବୋଲି ସ୍ଥାନୀୟ କଂଗ୍ରେସ ନେତା କହିଛନ୍ତି ।