ମାର୍ଚ୍ଚରେ ଆସିବ ‘ଭୁଲ ଭୁଲୈୟା-୨’ । ଅକ୍ଷୟଙ୍କ ବଦଳରେ ଦେଖାଦେବେ ଏହି ଅଭିନେତା ।

315

କନକ ବ୍ୟୁରୋ: କରୋନା ମହାମାରୀର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବଲିଉଡର ଅନେକ ଆଗଧାଡିର ଫିଲ୍ମ ନିର୍ମାତା ସେମାନଙ୍କ ଫିଲ୍ମର ରିଲିଜ ଡେଟରେ ପରିବର୍ତ୍ତନ ଆଣିଛନ୍ତି । କିନ୍ତୁ ‘ଭୁଲ ଭୁଲୈୟା-୨’ ଫିଲ୍ମର ରିଲିଜ୍ ଡେଟ୍ ଅପରିବର୍ତ୍ତିତ ରହିବ ବୋଲି ଫିଲ୍ମ ନିର୍ମାତା ନିଜେ ଏହି କଥା କହିଛନ୍ତି । ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ‘ଭୁଲ ଭୁଲେୟା-୨’ ମାର୍ଚ୍ଚ ୨୫ ତାରିଖରେ ସିନେମା ହଲ ଗୁଡିକରେ ରିଲିଜ୍ ହେବ ।

ଏହି ଫିଲ୍ମରେ କାର୍ତ୍ତିକ ଆର୍ୟନଙ୍କ ସହିତ କିଆରା ଆଡଭାନୀ ଓ ତବୁ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନିସ୍ ନଜମି । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଟି- ସିରିଜ, ଭୁଷଣ କୁମାର ଓ ମୁରାଦ ଖେତାନି ଅଛନ୍ତି । ‘ଭୁଲ ଭୁଲୈୟା-୨’ ସୁଟିଂ ସରିଯାଇଛି । ଏବେ କାର୍ତ୍ତିକ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ‘ଭୁଲ ଭୁଲୈୟା-୨’ର ମୂଳ ଫିଲ୍ମରେ ଅକ୍ଷୟ କୁମାର , ବିଦ୍ୟା ବାଲାନ୍ ଓ ସାଇନି ଆହୁଜିଙ୍କୁ ଦେଖିବାକୁ ମିଳିଥିଲା । ୨୦୦୭ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିଲା ।