ରାଜ୍ୟରେ କମିଲା ଦୈନିକ ସଂକ୍ରମଣ ସଂଖ୍ୟା । ଜାଣନ୍ତୁ, ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି କେତେ ଆକ୍ରାନ୍ତ

125

କନକ ବ୍ୟୁରୋ : ଆଜି ରାଜ୍ୟରେ ତଳକୁ ଖସିଛି କରୋନା ମିଟର । ଦେଶରେ କରୋନା ସଂକ୍ରମଣ ସମାନ୍ୟ ବୃଦ୍ଧି ପାଇଥିବା ବେଳେ, ରାଜ୍ୟରେ କମିଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯୩ ଜଣ, ବାଲେଶ୍ୱରରୁ ୩୦୦ ଜଣ, ବରଗଡ଼ରୁ ୧୦୨, ଭଦ୍ରକରୁ ୯୬ , ବଲାଙ୍ଗୀରରୁ ୧୮୪ , ବୌଦ୍ଧ ଜିଲ୍ଲାରୁ ୭୮, କଟକରୁ ୪୦୨, ଦେବଗଡ଼ରୁ ୮୯, ଢେଙ୍କାନାଳରୁ ୭୩, ଗଜପତିରୁ ୬୯, ଗଞ୍ଜାମରୁ ୯୫, ଜଗତସିଂହପୁରରୁ ୮୨, ଯାଜପୁରରୁ ୧୯୧, ଝାରସୁଗୁଡ଼ାରୁ ୬୩, କଳାହାଣ୍ଡିରୁ ୧୬୮, କନ୍ଧମାଳରୁ ୮୬, କେନ୍ଦ୍ରାପଡ଼ାରୁ ୧୪୪, କେଉଁଝରରୁ ୧୨୮, ଖୋର୍ଦ୍ଧାରୁ ୧୪୩୦ ଜଣ, କୋରାପୁଟରୁ ୬୪ ଜଣ, ମାଲକାନଗିରିରୁ ୫୫ ଜଣ, ମୟୁରଭଞ୍ଜରୁ ୧୪୯ଜଣ, ନବରଙ୍ଗପୁରରୁ ୧୧୩, ନୟାଗଡ଼ରୁ ୧୮୦ ଜଣ, ନୂଆପଡ଼ାରୁ ୧୮୯ ଜଣ, ପୁରୀରୁ ୧୧୭ ଜଣ, ରାୟଗଡ଼ାରୁ ୧୦୧ ଜଣ, ସମ୍ୱଲପୁରରୁ ୧୩୮ ଜଣ, ସୋନପୁରରୁ ୮୬, ସୁନ୍ଦରଗଡ଼ରୁ ୫୪୫ ଜଣ ଓ ଷ୍ଟେଟ ପୁଲରୁ ୨୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।