ଏକାମ୍ରକ୍ଷେତ୍ର ଉନ୍ନତିକରଣ ପାଇଁ ଲିଙ୍ଗରାଜ ମନ୍ଦିର ଚାରିପଟେ ଚାଲିଛି ଖୋଦେଇ : ସୁକଶାରୀ ମନ୍ଦିର ନିକଟରେ ମାଟିତଳୁ ଉଦ୍ଧାର ହେଲା ଦଶମ ଶତାବ୍ଦୀର ପାର୍ଶ୍ୱ ମନ୍ଦିର

680

କନକ ବ୍ୟୁରୋ : ରାଜଧାନୀ ମାଟି ତଳେ ଦଶମ ଶତାଦ୍ଦୀର ମନ୍ଦିର । ଆବିଷ୍କାର ହେଲା ପଂଚତତ୍ନ ଆକୃତିର ସୋମବଂଶ ସମୟର ମନ୍ଦିର । ମନ୍ଦିରଟି ଲିଙ୍ଗରାଜ ମନ୍ଦିରକୁ ଲାଗି ରହିଥିବା ସୁକଶାରୀ ମନ୍ଦିର ପାଖରୁ ମାଟିତଳୁ ଆବିଷ୍କାର ହୋଇଛି । ଏଠାରେ ଏକାମ୍ର କ୍ଷେତ୍ର ଆଧୁନିକୀକରଣ କାମ ଆଗେଇ ଚାଲିଥିବା ବେଳେ ଚାଲିଛି ପୁରୁଣା ମନ୍ଦିରର ପୁନରୁଦ୍ଧାର । ଆଉ ଏତିକିବେଳେ ସୁକଶାରୀ ମନ୍ଦିର ପାଖରେ ମାଟି ଖୋଳିଲାବେଳେ ବାହାରିଛି ଏହି ପାର୍ଶ୍ୱ ମନ୍ଦିର ।

ଓଡିଶା ନିର୍ମାଣ ସେତୁ ନିଗମ ପକ୍ଷରୁ ଖୋଦେଇ କାମ ଚାଲିଥିବା ବେଳେ ଏହି ମନ୍ଦିର ଦେଖିବାକୁ ମିଳିଥିଲା । ଏବେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପହଚିଂ ପୁରା ମାଟି ଖୋଳି ମନ୍ଦିରକୁ ବାହର କରିବ ବୋଲି କହିଛି । ଅଧିକ୍ଷଣ ପୁରାତତ୍ୱବିଦ୍ ଅରୁଣ ମଲ୍ଲିକ କହିିଛନ୍ତି, ସୁକଶାରୀ ମନ୍ଦିରଟି ତ୍ରୟୋଦଶ ଶତାଦ୍ଦୀର ହୋଇଥିବା ବେଳେ ଏହାର ପାର୍ଶ୍ୱରେ ମାଟିତଳେ ୩ଟି ମନ୍ଦିର ଥିବା ଜଣାପଡିଛି । ଏଗୁଡିକ ଦଶମ ଶତାଦ୍ଦୀର ।