ରାଜଧାନୀରେ ଗହଣା ଦୋକାନୀଙ୍କୁ ଗୁଳି : ବିଳମ୍ବିତ ରାତିରେ ଲୁଟ୍ ଉଦ୍ଦେଶ୍ୟରେ ମାଲିକ ଏବଂ ସେଲସମ୍ୟାନଙ୍କ ଉପରକୁ ଫାଇରିଂ କଲେ ଦୁବୃର୍ତ୍ତ

100

କନକ ବ୍ୟୁରୋ : ସୁନା ଦୋକାନୀଙ୍କୁ ଗୁଳି କରି ଲୁଟ ଉଦ୍ୟମ । ସିସିଟିଭି ଏବଂ ମାଳ ମାଳ ପୋଲିସ ନିୟୋଜିତ ଥିବା ରାଜଧାନୀରେ ଦୁବୃର୍ତ୍ତ ଏପରି କାଣ୍ଡ ଭିଆଇଛନ୍ତି । ରାତି ୧୦ଟା ବେଳେ ସାମନ୍ତରାପୁର ଛକରେ ଦୁବୃର୍ତ୍ତମାନେ ୩ ରାଉଣ୍ଡ ଗୁଳି ଫୁଟାଇ ଦୁର୍ଗାଦେବୀ ସୁନା ଦୋକାନୀଙ୍କୁ ଲୁଟିବାକୁ ପ୍ରୟାସ କରିଥିଲେ । ତେବେ ଦୋକାନର ମାଲିକ ଏବଂ ସେଲସ ମ୍ୟାନ ରାଜେନ୍ଦ୍ରଙ୍କ ବାମ ଗୋଡରେ ଗୁଳି ବାଜିଛି । ପ୍ରଶାନ୍ତଙ୍କ ଗୋଡରେ ମଧ୍ୟ ଗୁଳି ବାଜି ହୋଇ ଘଷି ହୋଇଯାଇଥିବା ଜଣାପଡିଛି । ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ ।

ତେବେ ହଠାତ ସ୍ଥାନୀୟ ଲୋକେ ପଳାଇଆସିବାରୁ ଦୁବୃର୍ତ୍ତ ଛତ୍ରଭଙ୍ଗ ଦେଇଥିଲେ । ଶ୍ରୀଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବେ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ତଢାଉ କରିଛି । ରାଜଧାନୀରେ କିଛି ଦିନ ହେବ ଗହଣା ଦୋକାନ ଉପରକୁ ଟାର୍ଗେଟ କରିଛନ୍ତି ଲୁଟେରା । ନିକଟରେ ଜାଁଆଳାରେ ଥିବା ସ୍ୱାତୀ ଜୁଏଲର୍ସର ଉପରକୁ ଲୁଟେରା ଗୁଳି କରି ଲୁଟ ଉଦ୍ୟମ କରିଥିଲେ । ଏହି ମାମଲାରେ କମିଶନରେଟ ପୋଲିସର ହାତ ଖାଲି ରହିଛି ।