ଭୁବନେଶ୍ୱର : ମହିଳା ଆଇନଜୀବୀଙ୍କ ନାଁରେ ଫେକ୍ ଫେସବୁକ ଆଇଡି ଖୋଲି ଅଶ୍ଳୀଳ ଫଟୋ ଅପଲୋଡ୍

45

କନକ ବ୍ୟୁରୋ : ମହିଳା ଆଇନଜୀବୀଙ୍କ ନାଁରେ ଫେକ୍ ଫେସବୁକ ଆଇଡିକୁ ନେଇ ୨ଦିନ ହେଲା ଭୁବନେଶ୍ୱର ବାରର କାମ ବନ୍ଦ ରହିବା ସହ କୋର୍ଟ ଅଚଳ ହୋଇପଡ଼ିଛି । ଫେକ୍ ଫେସବୁକ ଆଇଡିକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ବାର୍ ଆସୋସିଏସନ୍ । କେହି ଜଣେ ଦୁର୍ବୁତ ମହିଳା ଆଇନଜୀବୀଙ୍କ ନାଁରେ ଫେସବୁକ ଆଇଡି ଖୋଲି ଅଶ୍ଳୀଳ ଫଟୋ ଏବଂ ଭିଡିଓ ଅପଲୋଡ କରିଛି ।

ଆଇନଜୀବୀଙ୍କ ମୋବାଇଲ ନମ୍ବର ମଧ୍ୟ ୱାଲ ପେଜ୍ରେ ଷ୍ଟାଟସ ଅପଡେଟ କରିଛି । ତେବେ ଏହି ଫେକ୍ ଆଇଡି ଯୋଗୁ ମହିଳା ଆଇନଜୀବୀଙ୍କ ମାନ୍ ସମ୍ମାନ ହାନୀ କରାଯାଉଛି ବୋଲି ସେ କହିଛନ୍ତି । ଖୁବଶୀଘ୍ର ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ, ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଇନଜୀବୀମାନେ ଗଣମାଧ୍ୟମ ଆଗରେ କହିଛନ୍ତି ।