ଡରାଇବା ଆରମ୍ଭ କଲାଣି ଭୁବନେଶ୍ୱରର କରୋନା ଗ୍ରାଫ୍ । ଦିନକରେ ଚିହ୍ନଟ ହେଲେ ୧୫୦ ପଜିଟିଭ୍ । ଆକ୍ରାନ୍ତଙ୍କ ଭିତରେ ୧୧୭ ଲୋକାଲ୍ କେସ୍ ।

145

କନକ ବ୍ୟୁରୋ: ଭୟ ବଢାଉଛି ଭୁବନେଶ୍ୱର । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ଦେଢ ଶହ କରୋନା ପଜିଟିଭ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକ୍ରାନ୍ତଙ୍କ ଭିତରେ ୧୧୭ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ବିଏମସି ଟୁଇଟ୍ କରି ଏସମ୍ଭନ୍ଧରେ ସୂଚନା ଦେଇଛି ।

ବିଏମସିର ସୂଚନା ମୁତାବକ, ଗତ ୨୪ ଘଂଟା ଭିତରେ ଭୁବନେଶ୍ୱରରୁ ମୋଟ ୧୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୩୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୧୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସ୍ଥାନୀୟ ସଂକ୍ରମିତଙ୍କ ଭିତରେ ଏକାଧିକ କେସ ନୟାପ୍ଲଲୀ, ଶାସ୍ତ୍ରୀ ନଗର, କଳିଙ୍ଗ ନଗର, ପଟିଆ, ଖଣ୍ଡଗିରି, ରସୁଲଗଡ ଆଦି ଅଂଚଳରୁ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ଏବେ ଭୁବନେଶ୍ୱରରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୬୫କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଂଟାରେ ଆଉ ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରୁ ଫେରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୨, ୧୫୭କୁ ବୃଦ୍ଧି ପାଇଛି ।