ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ଦ୍ୱିତୀୟ ସଂସ୍କରଣ : ଭିଲୱାରା କିଙ୍ଗ୍ସକୁ ହରାଇ ୩ ରନରେ ବିଜୟୀ ହେଲା ମଣିପାଲ ଟାଇଗର୍ସ

81

କନକ ବ୍ୟୁରୋ : ତିନିମାସ ପରେ ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ଖେଳାଳିଙ୍କୁ ନେଇ ଏକ କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହୋଇଛି । ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ଦ୍ୱିତୀୟ ସଂସ୍କରଣର ଅଷ୍ଟମ ମ୍ୟାଚ୍ ଭିଲୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଟାଇଗର୍ସ ୩ ରନରେ ବିଜୟୀ ହୋଇଛି । ଟାଇଗର୍ସର ୧୭୫ ରନ୍ ଜବାବରେ କିଙ୍ଗ୍ସ ୯ ୱିକେଟ ବିନିମୟରେ ୧୭୨ ରନ୍ କରିପାରିଥିଲା ।

ତାତେଣ୍ଡା ତାଇବୁଙ୍କ ୫୪ ଓ ଦିଲହାରା ଫର୍ଣ୍ଣାଣ୍ଡୋ ୪ ଓଭରରେ ୩୧ ରନ ଦେଇ ୪ ୱିକେଟ ନେଇଛନ୍ତି । ଟାଇଗର୍ସ ପ୍ରଥମ ମ୍ୟାଚ ବିଜୟ ହୋଇଛି । ବାରବାଟୀର ଏହି ପ୍ରଥମ ମ୍ୟାଚରେ ଟସ୍ ଜିତି କିଙ୍ଗ୍ସ ଅଧିନାୟକ ଇର୍ଫାନ ପଠାନ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଯୋଡ଼ି ଆରମ୍ଭରୁ ଦ୍ରୁତ ହାରରେ ରନ୍ ସଂଗ୍ରହ କରି ଶତକୀୟ ୧୦୯ ରନର ଭାଗୀଦାରି କରିଥିଲେ । କେବଳ ପାୱାର୍ପ୍ଲେରୁ ଉଭୟ ୬୩ ରନ୍ ଉଠାଇଥିଲେ । ହେଲେ ୟୁସୁଫ ପଠାନ ୧୧ତମ ଓଭରରେ ଉଭୟଙ୍କୁ ଆଉଟ କରି ରନ୍ ଗତିକୁ ଧୀମା କରାଇଥିଲେ । ଶେଷରେ ଟାଇଗର୍ସ ୮ ୱିକେଟ ବିନିମୟରେ ୧୭୫ ରନ୍ ସ୍କୋର କରିଥିଲା ।