ବାରିପଦା ଷ୍ଟେସନ ବଜାର ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଅଗ୍ନିକାଣ୍ଡ : ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

44

କନକ ବ୍ୟୁରୋ : ବାରିପଦା ଷ୍ଟେସନ ବଜାର ନିକଟସ୍ଥ ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଏକ ଅଗ୍ନିଶମ ଗାଡ଼ି ସେଠାରେ ପହଞ୍ଚିଥିଲା । ପରେ ଆଉ ୨ଟି ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲେ । ବ୍ୟାଙ୍କ କାର୍ଯ୍ୟାଳୟରୁ ନିଆଁ ଏଟିଏମକୁ ମଧ୍ୟ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡର ସଠିକ୍ କାରଣ ଓ କ୍ଷୟକ୍ଷତିର ପରିମାଣ ଜଣାପଡ଼ିନି ।