ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା : ମାଟିରେ ମିଶିଲା ପାନ ବରଜ

102

କନକ ବୁରୋ : ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଅନ୍ୟ ସ୍ଥାନ ଭଳି ପିପିଲିରେ ଆଜି ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଛି । ପିପିଲିର ବିିଭିନ୍ନ ସ୍ଥାନରେ କୁଆପଥର ମାଡ ସାଙ୍ଗକୁ ଝଡ ବର୍ଷା ଜାରି ରହିଛି । ଡେଲାଙ୍ଗ, ସତ୍ୟବାଦୀ ଓ କଣାସ ଅଞ୍ଚଳରେ ପବନ ସହ ଝଡ ବର୍ଷା ଯୋଗୁ ବଡ ବଡ ଗଛ ସବୁ ଭାଙ୍ଗି ପଡିଛି । ବିଦ୍ୟୁତ ଖୁଣ୍ଟି ସବୁ ଉପୁଡି ପଡିଛି । ଏବେ ବି ଝଡ ବର୍ଷା ସହ ପବନ ଜୋରରେ ବହିବାରେ ଲାଗିଛି ।

ପିପିଲିରେ କୁଆପଥର ମାଡ ସାଙ୍ଗକୁ ଝଡ ବର୍ଷାରେ ଗଛସବୁ ଉପୁଡି ନଷ୍ଟ ହୋଇଯାଇଛି । ତା ସହିତ ଚାଷୀର ଚାଷ ମଧ୍ୟ ପ୍ରଭାବିତ ହୋଇଛି । ବର୍ଷା କୁଆପଥର ମାଡରେ ଏକର ଏକର ପାନ ବରଜ ଚାଷ ନଷ୍ଟ ହୋଇଯାଇଛି । ସକାଳୁ ସକାଳୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁ ବରଜ ଗୁଡିକରେ ପାଣି ଜମି ରହିଛି ।