ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା ବେରିଲ୍‌ ବନ୍ନେଇସାଙ୍ଗୀ । ଟିଭି ଆଙ୍କର୍‌ ଚାକିରି ଛାଡି ଲଢିଥିଲେ ନିର୍ବାଚନ ।

792

କନକ ବ୍ୟୁରୋ: ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା ହୋଇଛନ୍ତି ବେରିଲ୍‌ ବନ୍ନେଇସାଙ୍ଗୀ । ସେ ଏକ ଗଣମାଧ୍ୟମରେ ଆଙ୍କରିଙ୍ଗ କରୁଥିଲେ । କିନ୍ତୁ ନିର୍ବାଚନ ଲଢିବାକୁ ଚାକିରି ଛାଡିଥିଲେ । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବେଶ୍ ପ୍ରଭାବ ରହିଛି ।

‘ଜୋରାମ୍‌ ପିପୁଲ୍‌ସ୍‌ ମୋଭ୍‌ମେଣ୍ଟ୍‌’ (ଜେଡ୍ପିଏମ୍‌) ଟିକେଟ୍‌ରେ ଦକ୍ଷିଣ ଆଇଜୋଲ୍‌-୩ୟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ୩୨ବର୍ଷୀୟ ବେରିଲ୍‌ ‘ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌’ର ପ୍ରାର୍ଥୀ ଏଫ୍‌. ଲାଲନୁନ୍‌ମାୱିାଙ୍କୁ ୯,୩୭୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ନିର୍ବାଚନ କମିସନରେ ଦାଖଲ କରିଥିବା ସତ୍ୟପାଠରେ ବେରିଲ୍‌ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ସେ ‘ଆଇଜୋଲ୍‌ ମହାନଗର ନିଗମ’ର ଜଣେ କର୍ପୋରେଟର୍‌ ଥିଲେ। ମେଘାଳୟ ଅନ୍ତର୍ଗତ ସିଲଂ ସ୍ଥିତ ‘ନର୍ଥ ଇଷ୍ଟର୍ଣ୍ଣ ହିଲ୍‌ ୟୁନିଭର୍ସିଟି’ରୁ ଏମ୍‌. ଏ. ପାସ୍‌ କରିଥିବା ବେରିଲ୍‌ ଜଣେ ‘ଟେଲିଭିଜନ୍‌ ଆଙ୍କର୍‌’ ଭାବେ କାର୍ୟ୍ୟ କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ମିଜୋରାମ୍‌ ବିଧାନସଭାବକୁ ନିର୍ବାଚିତ ହୋଇଥିବା ୩ଜଣ ମହିଳାଙ୍କ ମଧ୍ୟରେ ଅନ୍ୟତମ ବେରିଲ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ରେ ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ। ସେଥିରେ ତାଙ୍କର ୨୫୨ ହଜାର ଫଲୋୟର୍ସ ଅଛନ୍ତି।

ନିର୍ବାଚନ ଜିଣିବା ପରେ ସେ ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେବା ସହ ମହିଳାମାନଙ୍କୁ ନିଜର ଅଭିଳାଷ ପରିପୂରଣ ଦିଗରେ ଅଗ୍ରସର ହେବାକୁ ସେ ଅନୁରୋଧ କରିଛନ୍ତି।