ଗଣତି ପାଇଁ ରାଜ୍ୟରେ କଡ଼ା ସୁରକ୍ଷା । ନିର୍ବାଚନୀ ପରର ହିଂସା ରୋକିବାକୁ ପୂରା ପ୍ରସ୍ତୁତ ପୋଲିସ- ଆଇନ ଶୃଙ୍ଖଳା ଏଡିଜି

109

କନକ ବ୍ୟୁରୋ: ଆସନ୍ତାକାଲି ଭୋଟ ଗଣତି ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଓଡିଶା ପୋଲିସ । ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପପର୍ଯ୍ୟନ୍ତ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ପୋଲିସ । ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଁଟିଙ୍ଗ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗରୁମରେ ସିଏପିଏଫ୍ ମୁତୟନ ହୋଇଥିବା ବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ବନ୍ଧୁକ ଧାରୀ ପୋଲିସ ଓ ଜିଲ୍ଲା ପୋଲିସ ମୁତୟନ ହେବେ । ଏଥିପାଇଁ ୧୧୫ଟି କେନ୍ଦ୍ରୀୟ କମ୍ପାନୀ ଷ୍ଟ୍ରଙ୍ଗ ରୁମରେ ମୁତୟନ ରହିବେ ।

ଏହାସହ ୨୧୮ ପ୍ଲାଟୁନ ପୋଲିସ ଫୋର୍ସ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ । ଏହା ସହ ଆବଶ୍ୟକ ପଡିଲେ ଉଇଚୠ ମଧ୍ୟ ଆଇନ ଶୃଙ୍ଖଳା ଉପରେ ନଜର ରଖିବେ । ସେହିପରି ଷ୍ଟ୍ରଙ୍ଗ ରୁମକୁ କେବଳ ପାସ ଥିବା କର୍ମଚାରୀ ଭିତରକୁ ଜାଇ ପାରିବେ, ଗଣମାଧ୍ୟମ ପାଇଁ ମଧ୍ୟ ପାସ ବ୍ୟବସ୍ଥା କରାଯାଇଛି. କାଉଣ୍ଟିଙ୍ଗ ସେଣ୍ଟରକୁ ମୋବାଇଲ ନେବା ଉପରେ କଟକଣା ରହିଛି । କେବଳ ଯେଉଁ ଅଧିକାରୀଙ୍କୁ ଅନୁମତି ଦିଆଯାଇଛି ସେମାନେ ମୋବାଇଲ ଫୋନ ନେଇ ପାରିବେ । କାଉଟିଙ୍ଗ ସେଣ୍ଟରକୁ ଦୁଇଟି ବ୍ୟାରିକେଡ କରାଯାଇଛି । ସାଧା ପୋଷାକ ଧାରୀ ପୋଲିସ ବିଭିନ୍ନ ସ୍ଥାନରେ ନଜର ରଖିବେ, ଜିତିବା ପରେ ବିଜୟ ଉତ୍ସବ ରାଲି କରିବାକୁ ପୋଲିସ ର ଅନୁମତି ନେବା ଆବଶ୍ୟକ ରହିଛି । ସେହିପରି ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବା ପାଇଁ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।