ଫଳାଫଳ ପୂର୍ବରୁ ଏଗଜିଟ୍ ପୋଲ୍ କଲା ଉତ୍ସାହିତ: କ୍ଷମତାରେ ହ୍ୟାଟ୍ରିକ ମାରିବାକୁ ବିଜେପିର ସଜବାଜ

90

କନକ ବ୍ୟୁରୋ: ଚୂଡାନ୍ତ ଫଳାଫଳ ପୂର୍ବରୁ ତୃତୀୟ ପାଳି ସରକାର ନେଇ ମୋଦୀ ସରକାରର ଦମ୍ବୋକ୍ତି । ଆଉ ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଗଜିଟ୍ ପୋଲ୍ ଦେଖିବା ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ବହୁମତ ପାଉଥିବା ଜଣାପଡିଛି । ସେପଟେ ବିରୋଧୀ କହିଛନ୍ତି, ଏଗଜିଟ୍ ପୋଲ ନୁହେଁ ଏଗଜାଟ ପୋଲକୁ ବିଶ୍ୱାସ କରନ୍ତୁ । ଇଣ୍ଡି ମେଂଟ ସରକାର ଗଢିବ ବୋଲି ବିରୋଧୀ ଦାବି କରିଛନ୍ତି ।

ଚୂଡାନ୍ତ ଫଳାଫଳ ପୂର୍ବରୁ ତୃତୀୟ ପାଳି ସରକାର ନେଇ ମୋଦୀ ସରକାରର ଦମ୍ବୋକ୍ତି । ଆଉ ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଗଜିଟ୍ ପୋଲ୍ ଦେଖିବା ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ବହୁମତ ପାଉଥିବା ଜଣାପଡିଛି । ସେପଟେ ବିରୋଧୀ କହିଛନ୍ତି, ଏଗଜିଟ୍ ପୋଲ ନୁହେଁ ଏଗଜାଟ ପୋଲକୁ ବିଶ୍ୱାସ କରନ୍ତୁ । ଇଣ୍ଡି ମେଂଟ ସରକାର ଗଢିବ ବୋଲି ବିରୋଧୀ ଦାବି କରିଛନ୍ତି ।

ରାତି ପାହିଲେ ଭୋଟ୍ ଗଣତି । ୨୪ ସିଂହାସନରେ କିଏ ବସିବ ଆସିବ ସ୍ପଷ୍ଟ ଫଳାଫଳ । ଯାହାକୁ ଚାତକ ପରି ସାରା ବିଶ୍ୱ ଦେଖିବାକୁ ଅପେକ୍ଷା କରିଛି । କିନ୍ତୁ ଏକଜିଟ୍ ପୋଲ୍ ଦେଖି ବିଜେପି ଉତ୍ସାହିତ । ଯେଉଁଥିରେ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଲିନ୍ ସୁଇପ କରିବ ବୋଲି ଆକଳନ ହୋଇଛି । ଅର୍ଥାତ୍ ଲଗାତର ତୃତୀୟ ଥର ପାଇଁ ବିଜେପି କ୍ଷମତାରେ ବସିବ । ଆଉ ଚୂଡାନ୍ତ ଫଳାଫଳ ପୂର୍ବରୁ ପ୍ରଧାନମନ୍ତ୍ରୀ ତୃତୀୟ ପାଳିରେ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି । କ୍ୟାବିନେଟ୍ ମିଟିଂ କରି ରେମାଲ ବାତ୍ୟା ପ୍ରଭାବିତ, ଗ୍ରୀଷ୍ମ ପ୍ରବାହ ଆଦି ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି । ଖାଲି ଏତିକି ନୁହଁ ଦିଲ୍ଲୀରେ ବିଜେପି ନେତାଙ୍କ ଗତବିଧି ମଧ୍ୟ ବଢିଛି । ଗୃହମନ୍ତ୍ରୀ ଅମିତ ଶାହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଯାଇ ଭେଟିଛନ୍ତି । ଆଉ ଏହାପରେ ୨୦୧୯ ଭଳି ଏକ ସେଲିବ୍ରେସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଉଛି । କେଜ୍ରିୱାଲଙ୍କ ଗଡରେ ମୋଦୀ ରୋଡ୍ ଶୋ’ କରିବେ ବୋଲି କୁହାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଲୋକକଲ୍ୟାଣ ମାର୍ଗରୁ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଯାଏ ସେଲିବ୍ରେସନ ହେବ ବୋଲି ପ୍ରସ୍ତୁତି ଚଳାଇଛି ଦଳ ।

‘ଏଗଜିଟ୍ ପୋଲର ବିପରୀତ ହେବ ଫଳାଫଳ’
୨୦୦୪ ଭଳି ମତାଧିକାର ନେଇ ବିରୋଧୀଙ୍କ ଆଶା
ଗୋଟିଏ ପଟେ ଏଗଜିଟ୍ ପୋଲ୍ ଦେଖି ବିଜେପି ଉତ୍ସାହିତ । ଅନ୍ୟପଟେ ବିରୋଧୀ କିନ୍ତୁ ଦାବି କରିଛନ୍ତି ଯେ ଫଳାଫଳ ଏଗଜିଟ୍ ପୋଲର ଓଲଟା ହେବ । ଏବଂ ଇଣ୍ଡି ମେଂଟ ସରକାର ଗଢିବ ବୋଲି ଦାବି କରିଛନ୍ତି । ୨୦୦୪ରେ ବି ବାଜପେୟୀଙ୍କ ନେତୃତ୍ୱାଧୀନ ବିଜେପି ଆଶା କରିଥିଲା । କିନ୍ତୁ ଫଳାଫଳ ବାହାରିବା ବେଳକୁ ୟୁପିଏ ସପକ୍ଷରେ ବାଜି ଓଲଟି ଯାଇଥିଲା । ଆଉ ଏବେ ମଧ୍ୟ ସେହିଭଳି ଏକ ଜନାଦେଶର ଫଳାଫଳ ଆସିବ ବୋଲି ବିରୋଧୀ ଦାବି କରିଛନ୍ତି । ତେଣୁ ଏଗଜିଟ୍ ପୋଲ୍ ନୁହେଁ ଏଗଜାଟ୍ ପୋଲ୍ ଦେଖିବାକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଏଗଜିଟ୍ ପୋଲ୍ ଦେଖି କର୍ଣ୍ଣାଟକ କଂଗ୍ରେସରେ କଂପନ । ଜେଡିଏସ ଏବଂ ବିଜେପି ମିଶି ସରକାର ଭାଂଗିପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ସିଦ୍ଦରମାୟ, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବଂ ଅନ୍ୟାନ୍ୟ ନେତା ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି ।